ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୟୁକ୍ରେନ ଗୃହମନ୍ତ୍ରୀଙ୍କ ସହିତ ୧୮ ମୃତ

କିଭ୍‌ରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଏହି ଘଟଣାରେ ଅତିକମରେ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୟୁକ୍ରେନର ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିର୍କିଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ, ଦୁର୍ଘଟଣାରେ ମନ୍ତ୍ରୀଙ୍କ ସମେତ ଅନ୍ୟ ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇଛି ।

ହେଲିକପ୍ଟର ଦୁର୍ଘଟଣା ଏକ ବାଳାଶ୍ରମ ପାଖରେ ହୋଇଛି । ଏହି ଘଟଣାରେ ଦୁଇ ପିଲାଙ୍କ ସହିତ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମନ୍ତ୍ରଣାଳୟର ଅନେକ ଅଧିକାରୀ ରହିଛନ୍ତି ବୋଲି ନ୍ୟାସନାଲ ପୋଲିସର ମୁଖ୍ୟ ଇଗୋର କ୍ଲେମେକୋ କହିଛନ୍ତି ।

ହେଲିକପ୍ଟର ଦୁର୍ଘଟଣା କିଭ ଠାରୁ ୨୦ ମିଟର ଦୂରରେ ହୋଇଛି । ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ପରେ ଆପତ୍ତକାଳିନୀ ସେବା ଘଟଣା ସ୍ଥଳରେ ପହଞ୍ଚିଛି । ତେବେ ଘଟଣା ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

nine − six =