ଭାରତ ବିଜୟ, ଇଣ୍ଡିଜ ବାହିନୀକୁ ଏକ ଇନିଂସ୍ ଓ ୨୭୨ ରନ୍ରେ ହରାଇଲା

ଗୁଜରାଟର ରାଜ୍କୋଟ୍ରେ ଚାଲିଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଛି। ଦଳ ପ୍ରଥମ ଇନିଂସରେ ମାତ୍ର ୧୮୧ ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି। ଗତକାଲି ଦଳ ୯୪ ରନ୍ରେ ୬ଟି ୱିକେଟ୍ ହରାଇଥିବା ବେଳେ ଆଜି ସ୍କୋର ବୋର୍ଡରେ ଆଉ ୮୪ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲେ ବାକି ଖେଳାଳି।। ରାଜକୋଟ୍ ଟେଷ୍ଟ୍କୁ ବିରାଟ୍ ଆଣ୍ଡ କୋ ଏକ ଇନିଂସ ଓ ୨୭୨ ରନ୍ରେ ଜିତି ନେଇଛନ୍ତି। ଉଭୟ ବୋଲିଂ ଓ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ୫ ଦିନିଆ ଟେଷ୍ଟ୍କୁ ଅଢ଼େଇ ଦିନରେ ଶେଷ କରି ଦେଇଛି।
ଭାରତ ତା’ର ପ୍ରଥମ ଇନିଂସ୍ରେ ବିଶାଳ ୬୪୯/୯ କରିଥିବା ବେଳେ ଇଣ୍ଡିଜ୍ ଦଳ ତା’ର ଦୁଇଟି ଯାକ ଇନିଂସ୍ରେ ମୋଟ ୩୭୭ ରନ୍ କରିବାକୁ ସକ୍ଷମ ହୋଇଛି। ପ୍ରଥମ ଇନିଂସ୍ରେ ମାତ୍ର ୧୮୧ ରନ୍ରେ ଅଲଆଉଟ୍ ହୋଇଯାଇ ଫଲୋଅନ୍ ହୋଇଥିବା ଇଣ୍ଡିଜ୍ ଦଳ ଦ୍ୱିତୀୟ ଇନିଂସ୍ରେ ୧୯୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟ ଇନିଂସ୍ରେ ଇଣ୍ଡିଜ୍ ପକ୍ଷରୁ କେବଳ କିରେନ ପାୱେଲ୍ ସର୍ବାଧିକ ୮୩ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସ୍ମ୍ୟାନ୍ ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନଥିଲେ।

Share

Leave a Reply

Your email address will not be published. Required fields are marked *

one × 3 =