ଫେଷ୍ଟିଭାଲ ଆଡ୍‌ଭାନ୍ସ ୨୦ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର () ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ପୂଜା ଅଗ୍ରୀମ (ଫେଷ୍ଟିଭାଲ ଆଡଭାନ୍ସ)ର ରାଶିକୁ ୧୫ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଅନୁମୋଦନ କରିଛନ୍ତି । ଦରଦାମ ବୃଦ୍ଧିକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପାର୍ବଣ ଋତୁରେ କର୍ମଚାରୀଙ୍କୁ ଦିଆଯାଥିବା ପୂଜା ଅଗ୍ରୀମକୁ ବୃଦ୍ଧି କରାଯାଇଛି । ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ରାଜ୍ୟ ପେ-ମାଟ୍ରିକ୍ସ ଅନୁଯାୟୀ ପେ-ଲେବୁଲ ୯ କିମ୍ବା ତା’ତଳକୁ ଥିବା କର୍ମଚାରୀ ଏହି ଅଗ୍ରମୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । ଏହି ଅଗ୍ରୀମ ରାଶି ପରବର୍ତ୍ତୀ ମାସର ଦରମାରୁ ୧୦ଟି ସମାନ ମାସିକ କିସ୍ତିରେ ପରିଶୋଧ କରାଯିବ । ଯେଉଁ କର୍ମଚାରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଗ୍ରୀମ ପରିଶୋଧ କରି ପାରିବେନାହିଁ, ସେମାନେ ଋଣ ସଂପୂର୍ଣ୍ଣ ପରିଶୋଧ କରି ନ ପାରିବା ପର୍ଯ୍ୟନ୍ତ ପରବର୍ତ୍ତୀ ବର୍ଷ ପୂଜା ଅଗ୍ରୀମ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

five + eleven =