ନିମ୍ନମାନର କାର୍ଯ୍ୟ ଲାଗି ବିଏମସିକୁ ଟାର୍ଗେଟ କଲେ ଅପରାଜିତା

ଭୁବନେଶ୍ୱର: ମ୍ନମାନର କାମ ପାଇଁ ବିଏମସିକୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡଙ୍ଗୀ । ରାଜଧାନୀରେ ନିମ୍ନମାନର କାମ ନେଇ ବିଏମସି ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା । ତାଙ୍କ କହିବା ଅନୁଯାୟୀ, ଭୁବନେଶ୍ୱରର ୱାର୍ଡ ନମ୍ବର ୪୫ରେ ଥିବା ମାଛ ପୋଖରୀ ପୁନରୁଦ୍ଧାର ପାଇଁ ଲକ୍ଷ୍ମୀ ସାଗରର ସ୍ଥାନୀୟ ବାସିନ୍ଦା ମୋତେ ବାରମ୍ବାର ଅଭିଯୋଗ କରିଥିଲେ । ସେଥିପାଇଁ ଆମେ ଘଟଣା ସ୍ଥଳକୁ ବୁଲିବା ପାଇଁ ଯାଇଥିଲୁ । ଦେଖିଲୁ ୨୯ ମାର୍ଚ୍ଚ ୨୦୧୬ରେ ସେହି ସ୍ଥାନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର‌୍ୟ୍ୟରେ ୬ କୋଟି ୬୯ ଲକ୍ଷ ୩୨ହଜାର ବ୍ୟୟ ବରାଦ ହୋଇଥିଲା । ତେବେ ଏହା ଏକ ଭଲ ପର‌୍ୟ୍ୟଟନ କ୍ଷେତ୍ର ହୋଇପାରିଥାନ୍ତା । କାମ ଅଳ୍ପ ହୋଇଛି ଏବଂ ନିମ୍ନମାନର ହୋଇଛି ।

ତେବେ ସାଂସଦ ବିଏମସିକୁ ଟାର୍ଗେଟ କରି କହିଛନ୍ତି, ଏବେ ସେଇଟା ମଶା ମାନଙ୍କ ଜନ୍ମସ୍ଥଳୀ ପାଲଟିଗଲାଣି । କାମ ଏଯାଏଁ କାହିଁକି ହୋଇନି । ଯଦି କାମ ହୋଇଛି ଟଙ୍କା କୁଆଡେ ଗଲା । ଏମିତି ଅନେକ ପ୍ରଶ୍ନ ବିଏମସିକୁ କରିଛନ୍ତି ସାଂସଦ ଅପରାଜିତା । ସେପଟେ କରୋନା କାଳରେ ରାଜଧାନୀରେ ଡେଙ୍ଗୁ ବ୍ୟାପିବା ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି । ସେ କହିଛନ୍ତି ଡେଙ୍ଗୁ ବାହାରୁଥିବା ହଟସ୍ପଟ ଅଚଳ କାହିଁକି ଚିହ୍ନଟ କରୁନ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + 20 =