କିଶୋରୀ ବୟଷରେ ତରୁଣୀ ଦେଖାଯିବେ, ଦେଖନ୍ତୁ ଏହି ଅଭିନେତ୍ରୀଙ୍କୁ

ମୁମ୍ବାଇ () : ବଲିଉଡରେ ନାଁ କମେଇବାକୁ କିଏ ଅଭିନୟ ତା ଆଉ କିଏ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଇଥାନ୍ତି । ଅଭିନେତ୍ରୀ ହଂସିକା ମୋଟୱାନୀ ଏମିତି ଜଣେ ଅଭିନେତ୍ରୀ ଯିଏ କିଶୋର ଅବସ୍ଥାରେ ତରୁଣୀ ଭଳି ଦିଶିବାକୁ ଇଂଜେକସନ ନେଉଥିଲେ । ଏହା ମିଛ ଲାଗୁଥିଲେ ବି ସତ ।

ଦକ୍ଷିଣ ଭାରତୀୟ ସିନେମାର ପ୍ରାଣ ହଂସିକା ଦେଖିବାକୁ ଖୁବ୍ ସୁନ୍ଦର ଏବଂ ପର୍ଦାରେ ତାଙ୍କର ଅଭିନୟ ଅତ୍ୟନ୍ତ ଚମତ୍କାର। ସେ ଅନେକ ଫିଲ୍ମରେ କାମ କରିଛନ୍ତି। ଦକ୍ଷିଣରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ। ସେ ବଲିଉଡ ଫିଲ୍ମ ‘ଆପ କା ସୁରୁର’ ଫିଲ୍ମରୁ ଅଭିନେତ୍ରୀ ଭାବେ ଡେବ୍ୟୁ କରିଥିଲେ,କିନ୍ତୁ ଏହା ପୂର୍ବରୁ ସେ ବହୁତ ହିନ୍ଦୀ ଟିଭି ଧାରାବାହିକରେ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି।

୨୦୦୦ ମସିହାରେ ଟିଭି ଶୋ ‘ସାକା ଲାକା ବୁମ ବୁମ’ ଯାହା ଲୋକଙ୍କର ପ୍ରିୟ ଧାରାବାହିକ ଥିଲା ଏଥିରେ ହଂସିକା ଶିଶୁ କଳାକାର ଭାବେ କାମ କରିଥିଲେ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ହଂସିକା ଏତେ ବଡ଼ କେମିତ ହୋଇଗଲେ। ୨୦୦୭ ମସିହାରେ ହଂସିକା, ହିମେଶ ରେଶମିୟାଁଙ୍କ ଫିଲ୍ମ ‘ଆପକା ସୁରୁର’ରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ କାରଣ ସେତେବେଳେ ତାଙ୍କର ବୟସ ମାତ୍ର ୧୬ବର୍ଷ ଥିଲା। ସେହି ସମୟରେ ସେ ଅନେକ ଚର୍ଚ୍ଚାରେ ଥିଲେ କାରଣ ୧୬ବର୍ଷ ବୟସରେ ସେ ଫିଲ୍ମରେ ଜଣେ ବଡ଼ ଅଭିନେତ୍ରୀ ଭାବେ ଦେଖାଯାଉଥିଲେ।
ସୂଚନା ଅନୁସାରେ ହଂସିକାଙ୍କ ମାଆଙ୍କର ଜଣେ ଡାକ୍ତର ତାଙ୍କୁ ଶୀଘ୍ର ତରୁଣୀ ହେବା ପାଇଁ ହର୍ମୋନାଲ ଇଞ୍ଜେକ୍ସନ ଦେଇଥିଲେ। ଏଥିପାଇଁ ସେ ୧୬ବର୍ଷର କିଶୋରାବସ୍ଥାରେ ମଧ୍ୟ ୨୧ ବର୍ଷର ତରୁଣୀ ଭଳି ଦେଖାଯାଉଥିଲେ।

Share

Leave a Reply

Your email address will not be published. Required fields are marked *

1 × two =