ଏହି ତିନୋଟି ରାଶି ଉପରେ ରହିବ ଗଣେଶଙ୍କ ବିଶେଷ କୃପା

ଭୁବନେଶ୍ୱର () ଆଜି ତିନୋଟି ରାଶି ଉପରେ ବିଘ୍ନ ବିନାଶକଙ୍କ କୃପା ରହିବ । ତୁଳା, ବିଛା ଓ ମକର ରାଶିର ବ୍ୟକ୍ତିଙ୍କ ଉପରେ ଗଣେଶଙ୍କ ଆଶୀର୍ବାଦ ରହିବ ।

ତୁଳା ରାଶିରେ ବ୍ୟବସାୟରେ ଭଲ ଲାଭ ହେବ। ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି ଯାହା ଦ୍ବାରା ଆର୍ଥିକ ସ୍ଥିତି ମଜବୁତ ରହିବ। ସାହିତ୍ୟ ଲେଖନୀରେ ରୁଚି ରହିବ। ପ୍ରେମ କରୁଥିବା ବ୍ୟକ୍ତିମାନେ ସାନ୍ନିଧ୍ୟ ଲାଭ କରିବେ। ଆଧ୍ୟାତ୍ମିକତା ଆଡ଼କୁ ନଇଁବେ। ବିଦ୍ୟାର୍ଥୀଙ୍କ ପାଇଁ ଭଲ ସମୟ।

ବିଛା ରାଶିରେ ବ୍ୟବସାୟରେ ଲାଭ ମିଳିବ। ଆର୍ଥିକ ମାମଲାରେ ଧ୍ୟାନ ଦେବେ ଏବଂ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। କାର୍ଯ୍ୟଭାର ଅଧିକ ରହିବ,କିନ୍ତୁ କାର୍ଯ୍ୟରେ ସଫଳତା ମିଳିବାରୁ ମନ ପ୍ରଫୁଲ୍ଲ ରହିବ। ଶାରିରୀକ ଏବଂ ମାନସିକଭାବେ ଥକ୍କାପଣ ଅନୁଭବ କରିବେ।

ଧନୁ ରାଶିରେେ ଆଜିର ଦିନ ଶୁଭ ରହିବ। ବ୍ୟକ୍ତିଗତ କାର୍ଯ୍ୟରେ ସଫଳ ହେବେ ଏବଂ ବ୍ୟବସାୟ ବିସ୍ତାର କରିବାର ଯୋଜନା କରି ପାରନ୍ତି। ବେକାର ବ୍ୟକ୍ତିଙ୍କୁ ଚାକିରୀ ସୁଯୋଗ ମିଳିବ। ଭାବିଥିବା କାର୍ଯ୍ୟ ସହଜରେ କରି ପାରିବେ। ବିନିଯୋଗରୁ ଭଲ ଲାଭ ମିଳିବ। ଏବେ ଆଶନ୍ତୁ ଦେଖିବା ଆଜି କେଉଁ ରାଶି କଣ କହୁଛି ।

ମେଷ – କର୍ମଧିପ ଶନି ଭାଗ୍ୟସ୍ଥାନରେ ଚନ୍ଦ୍ରଙ୍କ ସପ୍ତମ କେନ୍ଦ୍ରସ୍ଥ ଯୋଗୁ ବନ୍ଧୁ ଗହଣରେ ଘର ପୂରି ଉଠିବ । ଆକସ୍ମିକ ଭାବରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହ ଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।

ବୃଷ – ଲାଭାଧିପ ବୃହସ୍ପତି ତୃତୀୟାଧିପତି ସହ ଷଡାଷ୍ଟକ ସ୍ଥିତି କାରଣରୁ ଆଶା ପୂରଣରେ ବନ୍ଧୁଙ୍କ ସାହାର୍ଯ୍ୟ ସହ ଯୋଗ ମିଳି ନ ପାରେ । ସମାଜିକ ସ୍ତରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ପ୍ରତିହତ କରିବାରେ ସଫଳ ହେବେ ।

ମିଥୁନ – ଆଧ୍ୟାତ୍ମିକ ଗ୍ରହ ଶନି ରାଶିକୁ ଅବଲୋଚନ କରି ଧାର୍ମିକ ବାତାବରଣ ମଧ୍ୟରେ ଚଳିବାକୁ ପାଇଁ ପ୍ରେରଣା ଯୋଗଇବ । ଆଜି ପୂର୍ବ ଯୋଜନା ଅନୁଯାୟୀ ସ୍ଥଗିତ କାମଗୁଡିକୁ ସମ୍ପନ୍ନ କରିପାରିବେ । ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି ।

କର୍କଟ – ଦେବଗୁରୁଙ୍କ ଦିବ୍ୟଦୃଷ୍ଟିରେ ସମସ୍ୟା ସମାଧାନ ହେବା ସହ ଆଶା ଓ ଅଭିଳାଷ ମେଣ୍ଟିଯିବ । ଆଜିର ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଲାଭର ପରିମାଣ ଆଶାନୁରୂପ ନ ହୋଇପାରେ । ନୂତନ କର୍ମାରମ୍ଭ ପ୍ରୀତିପଦ ହେବ ।

ସିଂହ – ଦୃଢ ପଦକ୍ଷେପ ନେଇ ବିବାଦୀୟ ପରିସ୍ଥିତିକୁ ସ୍ୱାଭାବିକ କରିବାରେ ସମର୍ଥ ହେବେ । ଚନ୍ଦ୍ର ରାହୁ ଯୁକ୍ତ ଓ ଶନି ଦୃଷ୍ଟି କାରଣରୁ କୌଣସି ବିଭ୍ରାନ୍ତିକର ଖବର ପାଇ ମାନସିକ ଅସ୍ଥିରତା ଅନୁଭବ କରିପାରନ୍ତି ।

କନ୍ୟା – ସ୍ୱସ୍ଥାନପାଳକ ଶନି ଚତୁର୍ଥ ଭାବରେ ପରିବାର,ପରିବହନ ଓ ସାମୂହିକ କାମ ସକାଶେ କ୍ଷତିକାରକ ନ ହୋଇପାରନ୍ତି । କିନ୍ତୁ କର୍ମ ସ୍ଥାନସ୍ଥ ଏକାଧିକ ଗ୍ରହ ଶନିଙ୍କ ଦୃଷ୍ଟିରେ ସମସ୍ୟାକୁ ବୃଦ୍ଧି କରିବାର ଆଶଙ୍କା ରହିଛି ।

ତୁଳା – ଆଜିର ଅନୁକୁଳ ଗ୍ରହସ୍ଥିତି ବିଶେଷତଃ ବୁଧ ଓ ମଙ୍ଗଳଙ୍କ ଚତୁର୍ଥଭାବକୁ ଦୃଷ୍ଟି ଲୋକସମ୍ପର୍କକୁ ବୃଦ୍ଧି କରିବ । ବନ୍ଧୁ ମିଳନ ସାଙ୍ଗକୁ ଆନୁଷ୍ଠାନିକ କାମରେ ତତ୍ପରତା ପ୍ରକାଶ କରିପାରନ୍ତି । ଶତ୍ରୁମାନେ ସାମୟିକ ବାଧା ସୃଷ୍ଟି କରିପାରନ୍ତି ।

ବିଛା – ଅଷ୍ଟମସ୍ଥ ଗ୍ରହ ପ୍ରଭାବରୁ ମହତ ଉଦ୍ଦେଶ୍ୟ ନେଇ କାମ କଲେ ମଧ୍ୟ ଆକସ୍ମିକ ଅନାକାଂକ୍ଷିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସକାଳୁ ସକାଳୁ ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯିବାର ସୁଯୋଗ ମିଳିବ ।

ଧନୁ – ବନ୍ଧୁମେଳରେ ଯାତ୍ରା କରିବାର ସୌଭାଗ୍ୟ ଅର୍ଜନ କରିପାରନ୍ତି । ଅର୍ଥ ଭାବକୁ ଦୂରେଇବାକୁ ବନ୍ଧୁଙ୍କୁ ନେହୁରା ହେବାକୁ ପଡିପାରେ । ବିବାଦୀୟ ଘଟଣାରେ, ପରିବହନରେ ,ବ୍ୟବସାୟରେ , ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମାନ୍ୟ ମତାନ୍ତର ଆଶଙ୍କା ରହିଛି ।

ମକର – ସାମାନ୍ୟ ଅସୁସ୍ଥତା ଜନିତ କାରଣରୁ ମନଟା ଭଲ ଲାଗିବ ନାହିଁ । ବାରମ୍ବାର ସମସ୍ୟା ଲାଗି ରହୁଥିବାରୁ ହାତକୁ ନେଇଥିବା କାମଟିକୁ ନିରୁତ୍ସାହିତ ହୋଇ କରି ନ ପାରନ୍ତି । ଶିଳ୍ପ, ବାଣିଜୟ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ହେବ ।

କୁମ୍ଭ  – ଦ୍ଵନ୍ଦରେ ପଡି ଆପଣ କୌନସି କଥାରେ ଠିକ୍ ନିଷ୍ପତ୍ତି ନେଇ ପାରିବେ ନାହିଁ । ନିଜକୁ ଅନ୍ୟମାନଙ୍କ ସହ ତୁଳନା କରି କେତେକ କ୍ଷେତ୍ରରେ ନିଜକୁ ନ୍ୟୂନ ମନେ କରି ପାରନ୍ତି । କାର୍ଯ୍ୟ ଆପଣଙ୍କର ସହଜରେ ହୋଇ ଯିବ ।

ମୀନ – ଆଜିର ଛୋଟ ଛୋଟ କଥାକୁ କେନ୍ଦ୍ର କରି ବନ୍ଧୁମାନଙ୍କ ମଧ୍ୟରେ କଳହ ଲାଗିପାରେ । ଅଫିସ୍ କାମରେ କିମ୍ବା ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି ପାଇପାରେ ।

Share

Leave a Reply

Your email address will not be published. Required fields are marked *

four + ten =