ବାଗୀ-୩ରେ ସାରା ଅଲ୍ଲୀ

ବାଗୀ ଥ୍ରୀରେ ଅଭିନୟ କରିବେ ନବାଗତା ସାରା ଅଲ୍ଲୀ ଖାନ୍। ସାଜିଦ ନାଦିଆଡ୍ୱାଲା ଫିଲ୍ମ ପାଇଁ ସାରାଙ୍କୁ ଆପ୍ରୋଚ କରିଥିବା ଶୁଣିବାକୁ ମିଳୁଛି। ବାଗୀ ଟୁ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା। ଏବେ ୟଙ୍ଗ ସେନସେସନ୍ ପାଲଟିଥିବା ସାରାଙ୍କୁ ଆଗାମୀ ଭାଗରେ କାଷ୍ଟ କରିବାକୁ ଚାହୁଁଛନ୍ତି ମେକର୍ସ।
ଡିସେମ୍ବର ୭ରେ ରିଲିଜ ହୋଇଛି ସାରାଙ୍କ ଡେବ୍ୟୁ ଫିଲ୍ମ କେଦାରନାଥ। ଫିଲ୍ମରେ ସାରାଙ୍କ ଅଭିନୟର ପ୍ରଶଂସା କରୁଛନ୍ତି ଦର୍ଶକ। ପ୍ରଥମ ଫିଲ୍ମରୁ ହିଁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି ସାରା। ଆଗକୁ ସାରାଙ୍କ ଅଭିନୀତ ସିମ୍ବା ରିଲିଜ ଅପେକ୍ଷାରେ ରହିଛି। ଫିଲ୍ମରେ ସାରାଙ୍କ ସହ ଲିଡ୍ କ୍ୟାରେକ୍ଟରରେ ଅଛନ୍ତି ରଣବୀର ସିଂ। ଫିଲ୍ମର ଟ୍ରେଲର ଓ ଗୀତଗୁଡିକ ଫ୍ୟାନଙ୍କୁ ପସନ୍ଦ ଆସୁଛି। ରଣବୀର ଓ ସାରାଙ୍କ କେମେଷ୍ଟ୍ରି ବେଶ ଜମିଛି।

Share

Leave a Reply

Your email address will not be published. Required fields are marked *

eleven − 2 =