ପୁଣି ବଢ଼ିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭରୁ ସାଧାରଣ ଲୋକଙ୍କ ଉପରେ ପଡ଼ିଛି ମହଙ୍ଗା ବୋଝ । ଏଲପିଜି ସିଲିଣ୍ଡର ଏବେ ଆହୁରି ମହଙ୍ଗା ହୋଇଛି ଜ୍ଝ ଆଜି ତଥା ସେପ୍ଟେମ୍ବର ୧ରୁ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ପରେ ବର୍ତ୍ତମାନ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୮୪.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଅଗଷ୍ଟ ୧୮ରେ ୨୫ ଟଙ୍କା ଏବଂ ଜୁଲାଇ ୧ରେ ଏଲପିଜି ମୂଲ୍ୟ ୨୫.୫୦ ଟଙ୍କା ବଢ଼ିଥିଲା ।
ବର୍ତ୍ତମାନ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଦିଲ୍ଲୀ-ମୁମ୍ବାଇରେ ୮୮୪.୬, କୋଲକାତାରେ ୯୧୧ ଟଙ୍କା ଏବଂ ଚେନ୍ନାଇରେ ୯୦୦.୫ ଟଙ୍କାରେ ବିକ୍ରି ହେଉଛି। କେବଳ ଘରୋଇ ଏଲପିଜି ସିଲିଣ୍ଡର ନୁହେଁ, ୧୯ କିଲୋଗ୍ରାମର ବ୍ୟବସାୟିକ ସିଲିଣ୍ଡର ମଧ୍ୟ ମହଙ୍ଗା ହୋଇଛି। ଦିଲ୍ଲୀର ବ୍ୟବସାୟିକ ସିଲିଣ୍ଡର ବର୍ତ୍ତମାନ ୧୬୧୮ ଟଙ୍କା ବଦଳରେ ୧୬୯୩ ଟଙ୍କାରେ ବିକ୍ରି ହେଉଛି ଜ୍ଝ

Share

Leave a Reply

Your email address will not be published. Required fields are marked *

sixteen − 6 =