ଶତ୍ରୁକୁ ୧ କୋଟି ଟଙ୍କାର ଗିଫ୍ଟ

ମୁମ୍ବାଇ() ବଲିଉଡ୍ ଦବଙ୍ଗ ଖାନ୍ ସଲ୍ମାନ୍ଙ୍କ ଫିଲ୍ମ ‘ଦବଙ୍ଗ ୩’ ବେଶ୍ ଚର୍ଚ୍ଚାରେ ରହିଛି। ଫିଲ୍ମଟି ଡିସେମ୍ବର ୨୦ରେ ରିଲିଜ୍ ହୋଇଥିଲା। ଫିଲ୍ମଟି ଭାରତରେ ୧୪୦ କୋଟିରୁ ଅଧିକ ଓ ବିଶ୍ୱ ବ୍ୟାପି ୨୦୦ କୋଟି ଟଙ୍କାରୁ ଅଧିକ ଆୟ କରିସାରିଲାଣି।

ଏହା ପ୍ରଥମ ଥର ହୋଇଛି ଯେବେ ସଲ୍ମାନ୍ଙ୍କ ଫିଲ୍ମରେ ସଲ୍ମାନ୍ଙ୍କଠୁ ଅଧିକ ଅନ୍ୟ କୌଣସି ଅଭିନେତା ଚର୍ଚ୍ଚାରେ ଅଛନ୍ତି। ଆମେ କହୁଛୁ ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରିଥିବା ସାଉଥ୍ ସୁପର୍ଷ୍ଟାର କିଚ୍ଚା ସୁଦୀପଙ୍କ ବିଷୟରେ। ତାଙ୍କ ଜବରଦସ୍ତ ଅଭିନୟ ଓ ଦମ୍ଦାର୍ ଆକ୍ସନ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏପରିକି ଦର୍ଶକଙ୍କୁ ଫିଲ୍ମରେ ସଲ୍ମାନଙ୍କଠୁ ଅଧିକ କିଚ୍ଚା ସୁଦୀପଙ୍କ ଅଭିନୟ ଭଲ ଲାଗୁଛି। କେବଳ ଦର୍ଶକ ନୁହେଁ ନିଜେ ସଲ୍ମାନ୍ ମଧ୍ୟ ତାଙ୍କର ଫ୍ୟାନ୍ ହୋଇଯାଇଛନ୍ତି।

ସଲ୍ମାନ ‘ଦବଙ୍ଗ ୩’ରେ କିଚ୍ଚାଙ୍କ ଅଭିନୟରେ ଏତେ ଇମ୍ପ୍ରେସ୍ ହୋଇଯାଇଛନ୍ତି ଯେ ସେ ତାଙ୍କୁ ଏକ ବିଳାସପୂର୍ଣ୍ଣ କାର୍ ଉପହାର ଦେଇଛନ୍ତି। ସୂଚନା ଅନୁଯାୟୀ ସେ ତାଙ୍କୁ ୧.୫୫ କୋଟି ଟଙ୍କା ମୂଲ୍ୟର ଏକ ଈଗଡ ଗ୫ କାର୍ ଗିଫ୍ଟ କରିଛନ୍ତି। ଯାହାର ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

Share

Leave a Reply

Your email address will not be published. Required fields are marked *

3 × one =