ମା’ ହେଲେ ଅଭିନେତ୍ରୀ ନେହା ଧୁପିଆ

ବଲିଉଡର ଚର୍ଚ୍ଚିତ କପଲ୍ସ ନେହା ଧୂପିଆ ଏବଂ ଅଙ୍ଗଦ ବେଦୀଙ୍କ ଘରେ ଖୁସିର ଲହରୀ ଖେଳି ଯାଇଛି । ଆଜି ସକାଳେ ନେହା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମା’ ଏବଂ ଝିଅ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଖବର ଅନୁସାରେ ନେହା ଏବଂ ଅଙ୍ଗଦ ଚଳିତ ବର୍ଷ ଲୁଚିଛପି ବିବାହ କରି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଥିଲେ । ଏହା ପରେ ନେହାଙ୍କ ପ୍ରେଗ୍ନେସିକୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସିଥିଲା । ଏହା ପରେ ଦୁହେଁ ଏକ ସୁନ୍ଦର ଫଟୋ ସେୟାର କରି ନେହାଙ୍କ ପ୍ରେଗ୍ନେସି ବିଷୟରେ ଜଣାଇଥିଲେ । ତେବେ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଦୁହିଁଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ନିକଟରେ ନେହାଙ୍କ ଶୋ’ ନେ ଫିଲଟର ନେହାରେ ଅଙ୍ଗଦ ବେଦୀ ଗେଷ୍ଟ ଭାବେ ପହଁଚିଥିଲେ । ଶୋ’ରେ ଅଙ୍ଗଦ କହିଥିଲେ ଯେ ପ୍ରେଗ୍ନେସି ପାଇଁ ହିଁ ଦୁହେଁ ତରବର ଭାବେ ବିବାହ କରିଥିଲେ । ଏହା ସହିତ ସେ ବିବାହ ବିଷୟରେ ଅନେକ ଖୁଲାସା କରିଥିଲେ ।

Share

Leave a Reply

Your email address will not be published. Required fields are marked *

fifteen + twelve =