ହକି ବିଶ୍ବକପର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହକି ବିଶ୍ବକପର ପ୍ରଥମ ଟିକେଟ କିଣିଛନ୍ତି । ହକି ଇଣ୍ଡିଆ କର୍ତ୍ତୃପକ୍ଷ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିକାତ୍ମକ ଟିକେଟ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ସେମାନଙ୍କୁ ଟିକେଟ ମୂଲ୍ୟ ବାବଦରେ 500 ଟଙ୍କା ଦେଇଥିଲେ । ସୂଚନାଯୋଗ୍ୟ ଯେ, ଆସନ୍ତାକାଲିଠାରୁ ହକି ବିଶ୍ବକପ ଉଦଘାଟନୀ ଉତ୍ସବ ପାଇଁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ ।

ହକି ବିଶ୍ବକପ ପାଇଁ ୨୭ ଓ ୨୮ ତାରିଖ ଦୁଇ ଦିନ ଉଦଘାଟନୀ ଉତ୍ସବ ହେବ । ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ହେବାକୁ ଥିବା ବେଳେ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଏହା ଅନୁଷ୍ଠିତ ହେବ । ଉଦଘାଟନୀ ଉତ୍ସବ ପାଇଁ ସମସ୍ତ ଟିକେଟ ଅନଲାଇନ ମାଧ୍ୟମରେ ବିକ୍ରି ହେବ । ଅଫଲାଇନରେ କୌଣସି ଟିକେଟ ବିକ୍ରି କରାଯିବ ନାହିଁ । ୨୭ ତାରିଖ ଉଦଘାଟନୀ ଉତ୍ସବ ପାଇଁ ପାଖାପାଖି ୧୨ ହଜାର ଟିକେଟ ବିକ୍ରି କରାଯିବାକୁ ଥିବା ବେଳେ ୨୮ ତାରିଖ ପାଇଁ ୩୦୦୦୦ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ । ତେବେ ଉଦଘାଟନୀ ଉତ୍ସବରେ କୌଣସି ପାସ୍ ବ୍ୟବସ୍ଥା ରହିବ ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ଟିକେଟ ଦର ୫୦୦ ଟଙ୍କା ରହିଥିବା ବେଳେ ବାରବାଟୀରେ ହେବାକୁ ଥିବା ଉଦଘାଟନୀ ଉତ୍ସବର ଟିକେଟର ମୂଲ୍ୟ ୧୦୦ରୁ ୫୦୦ ଟଙ୍କା ମଧ୍ୟରେ ରହିଛି ।

Share

Leave a Reply

Your email address will not be published. Required fields are marked *

three + seven =