ପିସିଙ୍କ ରିସେପସନରେ ମୋଦି

ଚର୍ଚ୍ଚାରେ ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ଉତ୍ସବ । ରାଜସ୍ଥାନ ଯୋଧପୁର ଉମେଦ ଭବନ ଠାରେ ବିବାହ ଉତ୍ସବ ସମ୍ପନ୍ନ ପରେ ଗତ କାଲି ପ୍ରଥମ ବିବାହ ଭୋଜି ଦେଇଥିଲେ ପ୍ରିୟଙ୍କା-ନିକ୍ । ପ୍ରିୟଙ୍କା ନିକଙ୍କ ରିସେପସନ ପାର୍ଟିରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ଆୟୋଜିତ ବିବାହ ଭୋଜିରେ ଯୋଗ ଦେଇ ନବ ଦଂପତିଙ୍କୁ ଆଶିର୍ବାଦ ଦେଇଛନ୍ତି ନରେନ୍ଦ୍ର ମୋଦି ।
ଦିଲ୍ଲୀର ପାଂଚ ତାରକା ହୋଟେଲ୍ ତାଜରେ ପ୍ରିୟଙ୍କା ଓ ନିକଙ୍କର ଗତକାଲି ରିସେପନ୍ସ ପାର୍ଟି ଥିଲା । ଏଥିରେ ସାମିଲ ହୋଇ ମୋଦି ନବ ଦଂପତିଙ୍କ ଆଶିର୍ବାଦ ଦେବା ସହ ଫଟୋ ମଧ୍ୟ ଉଠାଇଥିଲେ । ରିସେପନ୍ସ ପାର୍ଟିରେ ପ୍ରିୟଙ୍କା ଓ ନିକ୍ ଉଭୟ ଇଣ୍ଡିୟାନ ଆଉଟଫିଟ୍ରେ ନଜର ଆସିଥିଲେ । ପ୍ରିୟଙ୍କା ସ୍ଲିଭର ଲେହେଙ୍ଗା ସହ ମ୍ୟାଚିଙ୍ଗ ଜୁଏଲାରୀ ପିନ୍ଧିଥିବା ବେଳେ ନିକ୍ ଜୋନସ୍ ବ୍ଲାକ ଆଉଟପିଟ୍ରେ ବେଶ୍ ସୁନ୍ଦର ଦିଶୁଥିଲେ । ରାଜସ୍ଥାନର ଯୋଧପୁରରେ ବିବାହ ପରେ ଦିଲ୍ଲୀରେ ପରିବାର ଓ ସମ୍ପର୍କୀୟଙ୍କ ରିସେପନ୍ସ ପାର୍ଟିର ଆୟୋଜନ କରାଯାଇଥିଲା

Share

Leave a Reply

Your email address will not be published. Required fields are marked *

two × two =