ହାପି ବାର୍ଥ ଡେ କରିସ୍ମା

ମୁମ୍ବାଇ: ୧୯୭୪ ଜୁନ୍ ୨୫ରେ ମୁମ୍ବାଇରେ ଜନ୍ମ ହୋଇଥିବା ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଇଣ୍ଡଷ୍ଟ୍ରିରେ ବେଶ୍ ନାଁ କମାଇଛନ୍ତି। କରିସ୍ମା ଆଜି ୪୭ ତମ ଜନ୍ମ ଦିବସ ପାଳନ କରୁଛନ୍ତି। କରିସ୍ମା ପୂରା ପରିବାର ଏବଂ ସାଙ୍ଗମାନଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ପୂରା ପରିବାରରେ କରିସ୍ମା ପ୍ରଥମ ଝିଅ ଯିଏକି ସବୁ ପରମ୍ପରା ଭାଙ୍ଗି ଅଭିନୟରେ ପାଦ ରଖିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। ଯଦିଓ ତାଙ୍କ ପୂର୍ବରୁ ଶଶି କପୁରଙ୍କ ଝିଅ ସଞ୍ଜନା ମଧ୍ୟ ଚଳଚ୍ଚିତ୍ରରେ ପାଦ ଦେଇଥିଲେ କିନ୍ତୁ ତାହା ଅଧିକ ଦିନ ଚାଲିପାରିଲା ନାହିଁ। କରିସ୍ମା କପୁର ବର୍ତ୍ତମାନ ସିନେମାରେ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ନାହାନ୍ତି, କିନ୍ତୁ ୯୦ ଦଶକରେ ସେ ଅନେକ ସୁପରହିଟ ଫିଲ୍ମ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ୧୭ ବର୍ଷ ବୟସରେ କରିସ୍ମା ଫିଲ୍ମ ‘ପ୍ରେମ କଏଦି’ ରେ ଅଭିନୟ ଆରମ୍ଭ କରିଥିଲେ।

Share

Leave a Reply

Your email address will not be published. Required fields are marked *

ten − 1 =