ଡୋଭାଲଙ୍କ ଜିବନୀ ଉପରେ ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ ()  ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶକ ଅଜିତ ଡୋଭାଲଙ୍କ ଜୀବନୀ ଉପରେ ନିର୍ମିତ ହେବ ଫିଲ୍ମ । ଅଜିତ ଡୋଭାଲଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିବେ । ତେବେ ଏହି ଫିଲ୍ମ ଶୁଟିଙ୍ଗ ଆରମ୍ଭ ହେବାକୁ ବହୁ ସମୟ ଲାଗିବ । କାରଣ ଅକ୍ଷୟ କୁମାର ଏବେ ମିଶନ ମଙ୍ଗଲ ଏବଂ ସୂର୍ୟ୍ୟବଂଶକୁ ଅନ୍ତିମ ରୂପ ଦେବାକୁ ବ୍ୟସ୍ତ ଅଛନ୍ତି ।

ଅଜିତ ଡୋଭାଲ ପାକିସ୍ତାନରେ ଭାରତର ଜାସୁସ ଭାବରେ କାମ କରିଛନ୍ତି । ପାଖାପାଖି ୭ବର୍ଷ ପର୍ୟ୍ୟନ୍ତ ସେ ଭାରତ ପାଇଁ ଅଣ୍ଡର କଭର ଜାସୁସ ଭାବରେ କାମ କରିଛନ୍ତି । ସେ ସେଟାରେ ମୁସଲମାନ ଭଳି ରହୁଥିଲେ । ଏଭଳି କୁହାଯାଉଛି କି, ସେ ଭାରତ ଫେରିବା ପରେ ବହୁ ମହତ୍ୱପୂର୍ଣ୍ଣ ଅପରେଶନ କରିଥିଲେ । ଡୋଭାଲ ଉରୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ରଣନୀତି ପ୍ରସ୍ତୁତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × two =