ମନର କଥା ମୁହଁରେ କହିଲେ ଈଶା

ଦେଶର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ନିଜ ବାହାଘର ପାଇଁ ଅନେକ ଦିନରୁ ଚର୍ଚ୍ଚାରେ ଥିଲେ। ଈଶା ଓ ଆନନ୍ଦ ପରିମଲ୍ଙ୍କ ବିବାହ ଥିଲା ୨୦୧୮ର ସବୁଠୁ ବଡ଼ ଇଭେଣ୍ଟ୍। ଆଉ ବାହାଘରର କିଛି ମାସ ପରେ ସେ ଏବେ ଏକ ମାଗାଜିନ୍ର କଭର ପେଜ୍ରେ ଛାଇ ଯାଇଛନ୍ତି। ଏହି ଅବସରରେ ସେ ନିଜ ଜୀବନ ତଥା ଅମ୍ବାନୀ ପରିବାରର ଏକ ବଡ଼ ଗୁମର ଖୋଲିଛନ୍ତି। ଯାହା ହୁଏତ କେହି ଜାଣି ନ ଥିବେ।
ସେ କହିଛନ୍ତି, ‘‘ମୁଁ ଓ ମୋ ଭାଇ ଆକାଶ ହେଉଛୁ ଯାଆଁଳା ଭାଇ ଭଉଣୀ। ମୋ ବାପା ମୁକେଶ ଓ ମା’ ନୀତା ବିବାହର ୭ ବର୍ଷ ପର୍ୟ୍ୟନ୍ତ ନିଃସନ୍ତାନ ରହିବା ପରେ ଆପୋଷ ବୁଝାମଣା ଜରିଆରେ ଆଇଭିଏଫ୍ ପଦ୍ଧତି ଆପଣାଇ ଆମ ଦୁହିଁଙ୍କୁ (ଈଶା ଓ ଆକାଶକୁ) ପାଇଥିଲେ।”
ସେ ଆହୁରି କହିଛନ୍ତି ଯେ, “ଆମେ ଜନ୍ମ ନେବା ପରେ ଦୀର୍ଘ ୫ ବର୍ଷ ପର୍ୟ୍ୟନ୍ତ ଆମ ମା’ ସବୁ କାମକୁ ଛାଡ଼ି ଆମର ଯତ୍ନ ନେଇଥିଲେ। ଆମ ମା’ ଆମମାନଙ୍କୁ ବହୁତ ଭଲ ପାଆନ୍ତି। ଆମେ ଧନୀ ପରିବାରର ପିଲା ସତ। ଆମ ପିତା ମାତା ଆମର ସମସ୍ତ ପ୍ରକାରର ଅଳିକୁ ଅକାତରରେ ପୂରଣ ମଧ୍ୟ କରିଛନ୍ତି। କିନ୍ତୁ ତା’ ସହ ଜୀବନର ପ୍ରତିଟି କ୍ଷେତ୍ରରେ ରହିଥିବା ମୂଲ୍ୟବୋଧ ସମ୍ପର୍କରେ ଶିକ୍ଷା ଦେଇଛନ୍ତି । ଆମ ପାଖରେ ଧନ ଥାଇପାରେ କିନ୍ତୁ ତାର ମୂଲ୍ୟ ବିଷୟରେ ସେ ଆମକୁ ଶିଖେଇଛନ୍ତି। ଆଉ ଯେଉଁ କାରଣ ପାଇଁ ଆମର ପରିବାର ଏକ ଅନନ୍ୟ ଓ ନିଆରା ପରିବାର ବୋଲି ମୁଁ ଭାବେ।

Share

Leave a Reply

Your email address will not be published. Required fields are marked *

4 + three =