ସ୍ୱପ୍ନ ପୂରଣ ହେଲା, ଆଖି ବୁଜିଲେ ସୁଷମା

ନୂଆଦିଲ୍ଲୀ () ଆଜି ବିଳମ୍ବିତ ସନ୍ଧ୍ୟାରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ ସନ୍ଧ୍ୟାଯାଇଛି । 67 ବର୍ଷ ବୟଷରେ ତାଙ୍କର ପରଲୋକ ହୋଇଛି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମଏସରେ ଭର୍ତ୍ତି କରାଯାଇଥିଲା । ସେ 6 ଥର ସାଂସଦ ହୋଇଥିଲେ । ମୋଦି ସରକାର ପ୍ରଥମ ପାଳିରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ । ଶାରୀରିକ ଅସୁସ୍ଥତା ଯୋଗୁଁ ସେ 2019ରେ ନିର୍ବାଚନ ଲଢ଼ିନଥିଲେ ।

୫ ଜଣ ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ। ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ସୁଷମା । ଦ୍ଵିତୀୟ ଥର ହୃଦରୋଗର ଆକ୍ରାନ୍ତରେ ସୁଷମାଙ୍କ ଦେହାନ୍ତ ହୋଇଛି । ସୁଷମା ଧାରା ୩୭୦ ଉଚ୍ଛେଦକୁ ନେଇ ମୋଦି ସରକାରଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ମୋ ଜୀବନରେ ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲି ବୋଲି ସୁଷମା ଟ୍ୱିଟରେ ଲେଖିଥିଲେ ।

Share

Leave a Reply

Your email address will not be published. Required fields are marked *

13 − 4 =