୧୭ ବର୍ଷ ହେବ କିସ୍ ସିନ କରି ମୋ ଓଠ ଥକିଗଲାଣି କାହିଁକି କହିଲେ ଇମରାନ୍ ଜାଣନ୍ତୁ…

୧୭ ବର୍ଷ ହେବ ସବୁ ଫିଲ୍ମରେ କେବଳ କିସିଂ ସିନ୍ ଦେଉଛି । ହେଲେ ଏବେ ଏହି କିସିଂ ସିନ୍ ଦେଇ ଦେଇ ଥକି ଗଲିଣି । ଏଭଳି କହିଛନ୍ତି ନିଜେ ବଲିଉଡର ସିରିଏଲ୍ କିସର୍ ଇମରାନ୍ ହାସମୀ । ନିଜର ଆଗାମୀ ଫିଲ୍ମ ହ୍ବାୟ ଚିଟ୍ ଇଣ୍ଡିଆର ପ୍ରମୋସନ୍ ପାଇଁ ଭୁବନେଶ୍ବର ଆସିଥିବା ଏକ ପ୍ରୋଗ୍ରାମରେ ଏହି ଖୁଲାସା କରିଛନ୍ତି ଇମରାନ୍ । ଏହା ସହ କହିଛନ୍ତି ଏବେ ମୁଁ ସିରିଏଲ୍ କିସର୍ ଇମେଜରୁ ବାହାରିବାକୁ ଚାହୁଁଛି । ତେଣୁ ଫିଲ୍ମର ସିଲେକ୍ସନ୍ ଉପରେ ଅଧିକ ଧ୍ୟାନ ଦେଉଛି ।
ତେବେ ଏହା ସହ ଆଉ ଏକ କଥା ମଧ୍ୟ କହିଛନ୍ତି । କହିଛନ୍ତି, ସିରିଏଲ୍ କିସର୍ ହେବା ସାଧାରଣ କଥା ନୁହେଁ । ଗୋଟିଏ ଫିଲ୍ମରେ ୨୦ଟି କିସିଙ୍ଗ୍ ସିନ୍ ଦେବା ସହଜ ନୁହେଁ । ମୋର ଓଠ ଥକିଗଲାଣି ଏହି କାମ କରି କରି ।
ଶେଷଥର ପାଇଁ ଫିଲ୍ମ ବାଦଶାହୋରେ ନଜର ଆସିଲେ ବଲିଉଡର ସିରିଏଲ୍ କିସର୍ ଇମରାନ୍ ହାସମୀ । ଏହି ଫିଲ୍ମରେ ଇମରାନଙ୍କ ସହ ଲିଡ ରୋଲରେ ଥିଲେ ଅଜୟ ଦେବଗନ୍ । ହେଲେ ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା ଫିଲ୍ମଟି । ଏହା ପରେ ଆଉ କୌଣସି ଫିଲ୍ମରେ ବି ନଜର ଆସିନଥିଲେ ଏହି ସିରିଏଲ୍ କିସର୍ ।
ଏବେ ପ୍ରାୟ ଦେଢ ବର୍ଷ ପରେ ଫିଲ୍ମ ହ୍ବାୟ ଚିଟ୍ ଇଣ୍ଡିଆ ମାଧ୍ୟମରେ ସିଲଭର୍ ସ୍କ୍ରିନରେ ଧମାକା କରିବାକୁ ଯାଉଛନ୍ତି ଇମରାନ୍ । ତେବେ ପ୍ରଥମେ ଏହି ଫିଲ୍ମର ନାଁ ଥିଲା ଚିଟ୍ ଇଣ୍ଡିଆ । ହେଲେ ପରେ ସେନ୍ସରର ଆପତ୍ତି ଯୋଗୁଁ ଏହାର ପରିବର୍ତ୍ତନ ହୋଇ ହ୍ବାୟ ଚିଟ୍ ଇଣ୍ଡିଆ ହୋଇଛି ।

Share

Leave a Reply

Your email address will not be published. Required fields are marked *

11 + three =