ଚିକେନ ଖାଇଲେ ଓଜନ କମେ,କାରଣ ପଢ଼ନ୍ତୁ

ଚିକେନ୍‌ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାର ସ୍ୱାଦ ବ୍ୟତୀତ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବହୁ ଲାଭ ମଧ୍ୟ ଏଥିରୁ ମିଳିଥାଏ। ଚିକେନ୍‌ ଏବେ ବି ଏକ ଉଚ୍ଚ ପୋଷକଯୁକ୍ତ ଖାଦ୍ୟ। ତେଣୁ ଯେକୌଣସି ଚିକେନ୍‌ ରେସିପି ହେଉ ନା କାହିଁକି, ଆମିଷପ୍ରିୟ ଲୋକଙ୍କୁ ଏହା ଖୁବ୍‌ ଭଲ ଲାଗିଥାଏ ।

ଚିକେନକୁ ସବୁବେଳେ ସ୍ୱାସ୍ଥ୍ୟକର ଖାଦ୍ୟରେ ସାମିଲ କରାଯାଇଥାଏ। କାହିଁକି ନା, ଏହା ମୂଳ ରୂପରେ ପତଳା ମାଂସ ଅଟେ। ଏହାର ଅର୍ଥ ହେଉଛି, ଏଥିରେ ଅଧିକ ଫ୍ୟାଟ୍‌ ନାହିଁ। ତେଣୁ ନିୟମିତ ରୂପରେ ଚିକେନ୍‌ ଖାଇଲେ ଏକ ସୁସ୍ଥ ଉପାୟରେ ଓଜନ ହ୍ରାସ ହୋଇଥାଏ।

ପ୍ରୋଟିନ୍‌ ଛଡ଼ା ଚିକେନ୍‌ରେ କ୍ୟାଲସିୟମ ଏବଂ ଫସଫରସ୍‌ ଭରପୂର ରହିଛି। ଏହି ଦୁଇଟି ଖଣିଜ ପଦାର୍ଥ ହାଡ଼କୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଖାଦ୍ୟରେ ଏହାକୁ ସାମିଲ କଲେ ଗଣ୍ଠିବାତରୁ ମଧ୍ୟ ମୁକ୍ତି ମିଳିଥାଏ।

ଚିକେନରେ ଭିଟାବିନ୍‌ ବି୫ ରହିଛି, ଯାହା ଷ୍ଟ୍ରେସ୍‌ ବା ଚାପ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ ମାଗ୍ନେସିୟମ୍‌ ମଧ୍ୟ ଭରପୂର ମାତ୍ରାରେ ରହିଛି। ଏହା ପିଏମଏସ୍‌ ଲକ୍ଷଣଠାରୁ ମୁକ୍ତି ଦେଇଥାଏ। ମୋଟାମୋଟି କହିବାକୁ ଗଲେ, ଚିକେନ୍‌ ଖାଇଲେ ଆପଣଙ୍କୁ ଚାପମୁକ୍ତ ଜୀବନ ଜିଇଁବାରେ ସାହଯ୍ୟ ମିଳିଥାଏ।

କେବଳ ଏତିକି ନୁହେଁ, ଚିକେନ୍‌ ଶରୀରରେ ପ୍ରତିରକ୍ଷା କୋଶିକାଗୁଡ଼ିକୁ ବଢ଼େଇବାରେ ସହାୟକ ହୋଇଥାଏ। ଥଣ୍ଡା ସମୟରେ ଚିକେନ୍‌ ସୁପ ପିଇଲେ, ସର୍ଦିରୁ ମୁକ୍ତି ମିଳିଥାଏ। ସୁପ ରୂପରେ ଚିକେନ୍‌ ଖାଇଲେ ଏହା ସଂକ୍ରମଣକୁ ରୋକିଥାଏ।

ଚିକେନ୍‌ରେ ପ୍ରୋଟିନ୍‌ ଭରପୂର ରହିଛି, ଯାହାକି ଆମ ମାଂସପେଶୀକୁ ଶକ୍ତ ରଖିଥାଏ। ଚିକେନ୍‌ ଖାଇବା ସେହି ଲୋକଙ୍କ ପାଇଁ ଜରୁରୀ, ଯେଉଁମାନେ ସବଳ ବା ଶକ୍ତିବାନ୍‌ ହେବାକୁ ଚାହୁଁଛନ୍ତି।

Share

Leave a Reply

Your email address will not be published. Required fields are marked *

10 + four =