ମୋଦିଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ପରେ ବି ଆସିଲେନି

ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଦେଶବିଦେଶରୁ ୮ ହଜାର ହାଇ ପ୍ରୋଫାଇଲ୍ ଲୋକ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ବଲିଉଡ଼ର ବହୁ କଳାକାର, ନିର୍ଦ୍ଦେଶକ ମଧ୍ୟ ସାମିଲ ଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ସୁ ସମ୍ପର୍କ ଥିବା ଅକ୍ଷୟ କୁମାର ଓ ୩ ଖାନଙ୍କୁ ଦେଖିବାକୁ ମିଳି ନ ଥିଲା। ପ୍ରଧାନମନ୍ତ୍ରୀଙ୍କ ତରଫରୁ ନିମନ୍ତ୍ରଣ ଯାଇଥିବା ସତ୍ତ୍ୱେ ବଲିଉଡର ଏହି ଟପ୍ ସେଲିବ୍ରିଟି ସମାରୋହରେ ସାମିଲ ହୋଇ ନ ଥିଲେ। ଏହାର କାରଣ କ’ଣ ଜାଣିବାକୁ ସମସ୍ଥଙ୍କ ମନରେ ଦେଖା ଦେଇଛି ଉତ୍ସୁକତା।

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ବଲିଉଡ଼ର କରନ ଜୋହର, ଶାହିଦ କପୁର, ମିରା କପୁର, ଅଭିଷେକ କପୁର, ବୋମନ ଇରାନୀ, ଦିବ୍ୟା କୁମାର ଖୋସଲା, ଅନିଲ କପୁର ପ୍ରମୁଖ ନଜର ଆସିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଣରାଜନୈତିକ ସାକ୍ଷାତକାର ନେଇ ଚର୍ଚ୍ଚାକୁ ଆସିଥିବା ଅକ୍ଷୟ କୁମାର ଏହି କାର୍ୟ୍ୟକ୍ରମରେ ଯୋଗ ନ ଦେବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି।

Share

Leave a Reply

Your email address will not be published. Required fields are marked *

nine + 20 =