Business

ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ ପାଇଁ ୱାର୍ଡୱିଜାର୍ଡ ଇନୋଭେସନ୍ସ୍ ଆଣ୍ଡ ମୋବିଲିଟି ଓ ଟ୍ରିଟନ ଇଭି ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଯାନର ଅଗ୍ରଣୀ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ ଆମେରିକାର ବିଶିଷ୍ଟ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟ୍ରିଟନ ଇଭି ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗ ପାଂଚ ବର୍ଷ ପାଇଁ ରହିବ ଏବଂ ଏହା ଜରିଆରେ ଉଭୟ ଭାରତ ଏବଂ ୟୁଏଇରେ ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ବିପ୍ଳବ ଆଣିବା ଲକ୍ଷ୍ୟ ରଖାଯାଇଛି ।
ଭଦୋଦରାସ୍ଥିତ ୱାର୍ଡୱିଜାର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଟ୍ରିଟନ ଇଭିର ପ୍ରତିଷ୍ଠାତା ହିମାଂଶୁ ପଟେଲ ଏବଂ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ୟତୀନ ସଞ୍ଜୟ ଗୁପ୍ତେ ଏହି ବୁଝାମଣାରେ ସ୍ୱାକ୍ଷର କରିଛନ୍ତି ।
ଏହି ବୁଝାମଣା ଅଧୀନରେ ଟ୍ରିଟନ୍ ଇଭି ଭାରତ ଏବଂ ୟୁଏଇରେ ବ୍ୟାଟେରି ଚାଳିତ ଟ୍ରକ୍ ପାଇଁ ୱାର୍ଡୱିଜାର୍ଡକୁ ଏହାର ଉତ୍ପାଦନ ସହଯୋଗୀ ଭାବରେ ଚୟନ କରିଛି । ଏହା ବ୍ୟତୀତ ଟ୍ରିଟନ ଇଭି ପାଇଁ ଦୁଇ ଚକିଆ ଏବଂ ତିନି ଚକିଆ ଯାନ ଉତ୍ପାଦନ କରିବା ପାଇଁ ୱାର୍ଡୱିଜାର୍ଡ ଏହାର ଉତ୍ପାଦନ କ୍ଷମତାକୁ ବିସ୍ତାର କରିବ । ଇଲେକ୍ଟ୍ରିକ୍ ଯାନ ଶିଳ୍ପର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ସବୁଜ ଗମନାଗମନ ବୃଦ୍ଧି ପାଇଁ ସରକାରଙ୍କ ଦୃଷ୍ଟିକୋଣ ସହିତ ସମନ୍ୱୟ ରକ୍ଷା କରିବା ଉପରେ ଏହି ସହଯୋଗିତା ଗୁରୁତ୍ୱାରୋପ କରୁଛି ।
ଟ୍ରିଟନ ଇଭିର ପ୍ରତିଶ୍ରୁତି ମଧ୍ୟରେ ଦୁଇ ଏବଂ ତିନି ଚକିଆ ଯାନରେ ବ୍ୟବହୃତ ହାଇଡ୍ରୋଜେନ୍ ବ୍ୟାଟେରି ପ୍ୟାକ୍ ପାଇଁ ଟେକ୍ନୋଲୋଜି ସ୍ଥାନାନ୍ତର ଏବଂ ଭାରତରେ ଉତ୍ପାଦନ ଲାଇନ ସ୍ଥାପନ ଏବଂ ସମ୍ପ୍ରସାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି ସହାୟତା ଅନ୍ତର୍ଭୁକ୍ତ । ଟ୍ରିଟନ ଇଭି ସହ ଭାଗିଦାରୀରେ ଆଗାମୀ ଦିନରେ ଭାରତରେ ହାଇଡ୍ରୋଜେନ୍ ବ୍ୟାଟେରୀ ଚାଳିତ ଟ୍ରକ୍‌, ଦୁଇ ଚକିଆ ଯାନ ଏବଂ ତିନି ଚକିଆ ଯାନର ଉତ୍ପାଦନ ଆରମ୍ଭ କରିବାକୁ ୱାର୍ଡୱିଜାର୍ଡ ଯୋଜନା ରହିଛି ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ୟତୀନ ସଞ୍ଜୟ ଗୁପ୍ତେ କହିଛନ୍ତି ଯେ, \”ସ୍ଥାୟୀ ଗମନାଗମନରେ ବୃଦ୍ଧି ଏବଂ ଇଲେକ୍ଟ୍ରିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧତା ଅନୁଯାୟୀ, ଆମେ ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟତମ ଅଗ୍ରଣୀ ଇଭି ନିର୍ମାତା ଟ୍ରିଟନ ଇଭି (ଟିଇଭି) ସହିତ ସହଯୋଗିତା ସ୍ଥାପନ କରି ଆନନ୍ଦିତ । ଏହି ସହଯୋଗିତା ଅଧୀନରେ, ଆମେ ଆମର ଉତ୍ପାଦନ ଦକ୍ଷତାକୁ ଟ୍ରିଟନର ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଯୋଡ଼ିବାକୁ ପ୍ରସ୍ତୁତ ରହିଛୁ ଯାହା ବଜାରରେ ଇଲେକ୍ଟ୍ରିକ୍ ଯାନ ପରିଦୃଶ୍ୟକୁ ପୁନଃନିର୍ଦ୍ଧାରଣ କରିବ । ୱାର୍ଡୱିଜାର୍ଡ ଭଦୋଦରାସ୍ଥିତ ଏହାର ଅତ୍ୟାଧୁନିକ କାରଖାନାରୁ ଭାରତ ଏବଂ ୟୁଏଇ ବଜାର ପାଇଁ ଇଲେକ୍ଟ୍ରିକ୍ ଟ୍ରକ୍‌, ଦୁଇ ଏବଂ ତିନି ଚକିଆ ଯାନ ଉତ୍ପାଦନରେ ଟିଇଭିକୁ ସହାୟତା କରିବ । ଆମର ବିଶ୍ୱାସ ରହିଛି ଯେ ଏହି ସହଯୋଗିତା “ମେକ୍ ଇନ୍ ଇଣ୍ଡିଆ” ଅଭିଯାନକୁ ପ୍ରୋତ୍ସାହିତ କରିବ ଏବଂ ଉନ୍ନତ ଉତ୍ପାଦ ପାଇଁ ପଥ ପ୍ରଶସ୍ତ କରିବ ।”
ଟ୍ରିଟନ୍ ଇଭିର ପ୍ରତିଷ୍ଠାତା ହିମାଂଶୁ ପଟେଲ କହିଛନ୍ତି ଯେ, “ଏହି ବୁଝାମଣାପତ୍ର ଆମର ସମ୍ପ୍ରସାରଣ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଇ-ଯାନ ବିପ୍ଳବରେ ଭାରତ ଆଗୁଆ ରହିଛି ଏବଂ ଆମେ ୱାର୍ଡୱିଜାର୍ଡ ସହିତ ସହଯୋଗିତା ସ୍ଥାପନ କରି କରି ଆନନ୍ଦିତ ଯାହା ହେଉଛି ଏକ ଦକ୍ଷ ଶ୍ରମଶକ୍ତି ଏବଂ ସର୍ବୋତମ ଉତ୍ପାଦନ କ୍ଷମତା ମଧ୍ୟରୁ ଅନ୍ୟତମ । ଏହି ସହଯୋଗିତା କେବଳ ଭାରତ ଏବଂ ୟୁଏଇ ବଜାରରେ ଆମର ଉପସ୍ଥିତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ ନାହିଁ ବରଂ ଉନ୍ନତ ଉତ୍ପାଦ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଇଭି ଶିଳ୍ପର ଅଭିବୃଦ୍ଧିକୁ ମଧ୍ୟ ସହାୟତା କରିବ ।”

Share

Leave a Reply

Your email address will not be published. Required fields are marked *

five + 5 =