ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ନୂଆ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ଏକ ନୂଆ ଶାଖା ଉଦ୍‌ଘାଟିତ ହୋଇଛି । ସହରରେ ଏହା ବ୍ୟାଙ୍କର ୩୦ତମ ଶାଖା । ଲିଙ୍ଗିପୁରର ଇନ୍ଦୀରା ହାଉସିଂ କଲୋନିରେ ଅବସ୍ଥିତ ଏହି ଶାଖାରେ ଏଟିଏମ୍‌-ତଥା-କ୍ୟାସ ରିସାଇକଲର ମେସିନ (ସିଆରଏମ) ରହିଛି ଯାହା ଗ୍ରାହକମାନଙ୍କୁ ନଗଦ ରାଶି ଜମା ଓ ଉଠାଣ ସେବା ପ୍ରଦାନ କରିବ ।

ଭୁବନେଶ୍ୱର-କଟକର ପୋଲିସ କମିସନର ଆଇପିଏସ୍ ଏସ୍‌. କେ. ପ୍ରିୟଦର୍ଶୀ ନୂତନ ଶାଖାକୁ ଉଦ୍‌ଘାଟନ କରିଛନ୍ତି ।
ଏହି ଶାଖା ସଂଚୟ ଓ ଚଳନ୍ତୀ ଖାତା, ଟ୍ରେଡ୍ ଓ ବିଦେଶୀ ମୁଦ୍ରା ବିନିମୟ କାରବାର ସେବା, ଫିକ୍ସଡ୍ ଓ ରିକଭରିଂ ଜମା, ବ୍ୟବସାୟ ଋଣ,ଗୃହ ଋଣ,ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଏବଂ ସୁନା ଋଣ ସମେତ ରେମିଟାନ୍ସ ଓ କାର୍ଡ ସେବା ଆଦି ଗ୍ରାହକଙ୍କୁ ପ୍ରଦାନ କରିବ । ଏହି ଶାଖାରେ ପ୍ରବାସୀ ଭାରତୀୟ (ଏନଆରଆଇ) ଗ୍ରାହକମାନଙ୍କୁ ମଧ୍ୟ ସେବା ପ୍ରଦାନ କରାଯିବ । ଶାଖା ପରିସରରେ ଲକର ସୁବିଧା ରହିଛି । ଏହି ଶାଖା ପ୍ରତି ମାସର ସୋମବାରରୁ ଶୁକ୍ରବାର ଏବଂ ପ୍ରଥମ, ତୃତୀୟ ଓ ପଂଚମ ଶନିବାର ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲାରହିବ ।

ଆଇସିଆଇସିଆଇ ବ୍ୟାଙ୍କର ଓଡ଼ିଶାରେ ୧୮୦ ଶାଖା ଓ ୩୬୦ ଏଟିଏମ୍‌, କ୍ୟାସ ରିସାଇକଲିଂ ମେସିନ (ସିଆରଏମ)ର ନେଟୱର୍କ ରହିଛି ।

ଆଇସିଆଇସିଆଇ ବ୍ୟାଙ୍କପକ୍ଷରୁ ଗ୍ରାହକମାନଙ୍କୁ ଶାଖା, ଟିଏମ୍‌, କଲ ସେଂଟର, ଇଂଟରନେଟ୍ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ସେବା ପ୍ରଦାନ କରୁଛି ।

ଅଧିକ ବିବରଣୀ ପାଇଁ ବ୍ୟାଙ୍କର ୱେବସାଇଟ୍ ପରିଦର୍ଶନ କରନ୍ତୁ ଓ ସୋସିଆଲ ମିଡିଆରେ ଅନୁସରଣ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

8 − three =