ପୁରୀର ଛାତ୍ର ଆୟୁଷଙ୍କ ଏମ୍‌ବିଏ ପଢ଼ିବା ଓ ଭଲ ଚାକିରି ସ୍ୱପ୍ନ ପୂୂରଣ କଲା ସନ୍‌ଷ୍ଟୋନ୍‌

ଭୁବନେଶ୍ୱର: ଦେଶର ଅଗ୍ରଣୀ ଉଚ୍ଚ ଶିକ୍ଷା ଷ୍ଟାର୍ଟଅପ୍ ସଂସ୍ଥା ସନ୍‌ଷ୍ଟୋନ୍ ପୁରୀର ଏକ ଛାତ୍ରର ଏମ୍‌ବିଏ ପାଠ ପଢ଼ିବା ଏବଂ ଏକ ଭଲ ସଂସ୍ଥାରେ ଚାକିରି କରିବାର ସ୍ୱପ୍ନ ପୂରଣ କରିଛି । ନୋଏଡା ଇଟଂରନ୍ୟାସନାଲ୍ ୟୁନିଭର୍ସିଟିର ଛାତ୍ର ଆୟୁଷ କ୍ଲାଉଡ୍ ଭିତିକ ସଫ୍‌ଟଓୟାର ସମାଧାନ ସ୍ପା କଂପାନି ଜେନୋଟିରେ ଡିଏମ୍ ମ୍ୟାନେଜର ଭାବେ ଚାକିରି ପାଇଛନ୍ତି ।
ସନ୍‌ଷ୍ଟୋନ୍ ସହ ଅନୁଭୂତି ସମ୍ପର୍କରେ ଆୟୁଷ କହିଛନ୍ତି ଯେ, “ଏକ ପ୍ରତିଷ୍ଠିତ ସଂସ୍ଥାରେ ଚାକିରି ପାଇବା ପାଇଁ ମୋ ଲକ୍ଷ୍ୟକୁ ପୂରଣ କରିବାରେ ସନଷ୍ଟୋନ୍‌ରୁ ମିଳିଥିବା ତାଲିମ ଓ ଜ୍ଞାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏମ୍‌ବିଏ କୋର୍ସୱାର୍କ ମୋର ଉଭୟ ବୈଷୟିକ ଓ ଲଘୁ ଦକ୍ଷତାରେ ଉନ୍ନତି ଆଣିଥିଲା ଯାହା ମୁଁ ଚାହୁଁଥିବା କ୍ଷେତ୍ରରେ ସଫଳତା ପାଇବା ଲାଗି ଜରୁରୀ । ଶିଳ୍ପ ସ୍ୱତନ୍ତ୍ର ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରି ଏହି କାର୍ଯ୍ୟକ୍ରମ ମୋତେ ମୋ ଭାବନାକୁ ବ୍ୟକ୍ତ କରିବାରେ ମୋତେ ସଶକ୍ତ କରିଥିଲା । ସନ୍‌ଷ୍ଟୋନ୍‌ରେ ମୋ ଡିଗ୍ରି ମୋତେ ମୂଲ୍ୟବାନ ସମ୍ବଳ ଓ ଲଘୁ ଦକ୍ଷତା ପ୍ରଦାନ କରିଥିଲା ଯାହା ମୋ ରିଜ୍ୟୁମ୍ ଓ କ୍ୟାରିୟର ସମ୍ଭାବନାକୁ ସୁଦୃଢ଼ କରିଥିଲା ।’’
ଏହି ସଫଳତାକୁ ନେଇ ଆୟୁଷଙ୍କୁ ଅଭିନନ୍ଦନ ଜଣାଇବା ସହ ସନଷ୍ଟୋନ୍‌ର ସହ ପ୍ରତିଷ୍ଠାତା ଓ ସିଓଓ ଶ୍ରୀ ପୀୟୂଷ ନାନଗ୍‌ରୁ କହିଛନ୍ତି ଯେ, “ମୁଁ ହୃଦୟରୁ ଆୟୁଷଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କ ସଫଳ କ୍ୟାରିୟରର କାମନା କରୁଛି । ଏହି ସଫଳତା ସନଷ୍ଟୋନ ପାଇଁ ମଧ୍ୟ ଏକ ବଡ଼ ଗୌରବର ଉତ୍ସ । ସନଷ୍ଟୋନ୍‌ରେ ଆମେ ବିଶ୍ୱାସ କରୁ ଯେ ପ୍ରତି ବିଦ୍ୟାର୍ଥୀ ନିଜ ପେସା ସ୍ୱପ୍ନକୁ ପୂରଣ କରିବାର ହକଦାର । ଆମ ଶିକ୍ଷା ଆଭିମୁଖ୍ୟ ଶିଳ୍ପ ଉପଯୋଗୀ ତାଲିମ ଏବଂ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରି ନିଯୁକ୍ତି ଓ ଭବିଷ୍ୟତରେ ଉଦ୍ୟମିତା ଉଦ୍ୟମ ଲାଗି ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିଥାଏ । ପୁନଶ୍ଚ, ଆଗାମୀ ଦିନରେ ଆୟୁଷ ଆମ ବ୍ୟାପକ ଆଲୁମିନି ନେଟୱର୍କକୁ ମଧ୍ୟ ହାସଲ କରିପାରିବେ ।’’
ସନଷ୍ଟୋନ୍ ପକ୍ଷରୁ ପ୍ଲେସ୍‌ମେଂଟ୍ ସହାୟତା ଓ ଶିଳ୍ପ କୈନ୍ଦ୍ରୀକ ତାଲିମ ପ୍ରଦାନ କରାଯାଉଛି ଏବଂ ସହଯୋଗୀ ଅନୁଷ୍ଠାନ ସହାୟତାରେ ଆନୁଷଂଗିକ କ୍ଲବ୍ ଓ କମ୍ୟୁନିଟି ଜରିଆରେ ୩୬୦ଂ ଶିକ୍ଷା ଦିଆଯାଉଛି । ଏକ ସମ୍ମାନଜନକ ଡିଗ୍ରି ଓ ଉଚ୍ଚ ସ୍କୋର ପାଇଁ ଚାଲିଥିବା ଦୌଡ଼ ଭିତରେ କାମରେ ଆସୁଥିବା ଶିକ୍ଷା ପ୍ରଦାନ କରିବା ଲାଗି ସନଷ୍ଟୋନ୍ ପ୍ରତିବଦ୍ଧ ରହିଛି । ଶିକ୍ଷା, କ୍ୟାରିୟର ସେବା, ଏକ୍ସପୋଜର ଓ ନେଟ୍‌ୱର୍କିଂ ଭଳି ଚାରିଟି ସ୍ତମ୍ଭ ଉପରେ ସନଷ୍ଟୋନ୍‌ର “ଏଜୁକେସନ୍ ଦାଟ୍ ୱାର୍କସ’ ପର୍ଯ୍ୟବେସିତ ।

Share

Leave a Reply

Your email address will not be published. Required fields are marked *

fifteen − 6 =