ଆଜି ଗ୍ରହଣ ପାଇଁ କେତେବେଳେ ଛାଡିବେ ପାକ ଓ ଦେବନୀତି, ଜାଣନ୍ତୁ …

ଭୁବନେଶ୍ୱର () ଆସନ୍ତାକାଲି ରାତିରେ ବିରଳ ଚନ୍ଦ୍ର ଗ୍ରହଣ । ଗ୍ରହଣର 9 ଘଣ୍ଟା ପୂର୍ବରୁ ଅର୍ଥାତ ମଙ୍ଗଳବାର ଅପରାହ୍ନ 4ତା 31ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ପୂଜାପାଠ ସହ ଦେବନୀତି, ଖାଦ୍ୟ ଗ୍ରହଣ ଓ ଅନ୍ନ ଭୋଜନ କରିପାରିବେ ।

ବୁଧବାର ଭୋର ଚାରିଟା 30ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ହୋଇପାରିବ ।  ଗ୍ରହଣର 7 ଦିନ ପର୍ଯ୍ୟନ୍ତ ଗ୍ରହଣ ସପ୍ତାହ ଲାଗୁଥିବାରୁ ଶୁଭ କାର୍ଯ୍ୟ କରିବା ଅନୁଚିତ । ଭାରତୀୟ ସମୟ ଅନୁସାରେ ପୁରୀରେ ରାତି 12ଟା 14 ମିନିଟରୁ ଗ୍ରହଣ ବେଳା ଆରମ୍ଭ ହେବ । ରାତି 1ଟା 31ରେ 65 ପ୍ରତିଶତ ଗ୍ରହଣ ଲାଗିବା ପରେ ଭୋର 4ଟା 30ରେ ସର୍ବମୋକ୍ଷ ହେବ ।

ତେଣୁ ମଙ୍ଗଳବାର ଅପରାହ୍ନ 4ଟା 31ରୁ ପାକ ତ୍ୟାଗ ଓ ଦେବସ୍ନାନ ନୀତି ନିଷେଧ । ରାତି 3ଟା 15 ମଧ୍ୟରେ ମେଷ, ବୃଷ, ମୁଥୁନ, ଧନୁ, ମକର, କର୍କଟ, କୁମ୍ଭ ଓ ମିନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ । ସିଂହ, କନ୍ୟା, ତୁଳା, ବିଛା ରାଶି ପାଇଁ ଗ୍ରହଣ ଶୁଭ ଫଳ ଦେବ । ତେବେ ଛୋଟ ପିଲା, ରୋଗୀ, ବୃଦ୍ଧଙ୍କ କ୍ଷେତ୍ରରେ ନିୟମ ଲାଗୁ ନହେଲେ ଚଳିବ ।

Share

Leave a Reply

Your email address will not be published. Required fields are marked *

3 × two =