ଟିଭିଏସ୍ ଏକ୍ସଏଲ୍‌୧୦୦ ହେଭି ଡ୍ୟୁଟି ଏବେ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ

ଭୁବନେଶ୍ୱର: ବିଶ୍ୱର ଲୋକପ୍ରିୟ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ୍ ମୋଟର କଂପାନି ପକ୍ଷରୁ ଏହାର ଲୋକପ୍ରିୟ ଟିଭିଏସ୍ ଏକ୍ସଏଲ୍ ୧୦୦ର କିକ୍ ଷ୍ଟାର୍ଟ ଭାରିଆଂଟ୍ ପାଇଁ ଆକର୍ଷଣୀୟ ମୂଲ୍ୟ ଘୋଷଣା କରାଯାଇଛି ଯାହା ୪୪,୯୯୯ ଟଙ୍କାର ଏକ୍ସ ସୋ’ରୁମ୍ ଦାମ୍‌ରେ ଉପଳବ୍ଧ ହୋଇଛି । ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତାକୁ ପୂରଣକରିବା ଏବଂ ସେମାନଙ୍କୁ ସୁଲଭ ମୂଲ୍ୟରେ ଗମନାଗମନ ସୁବିଧା ପ୍ରଦାନ କରିବା ଲାଗି କଂପାନିର ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ।
କଂପାନିର ଗ୍ରାହକ କୈନ୍ଦ୍ରୀକ ଦୃଷ୍ଟିକୋଣ ଏହାର ଅଭିଯାନରେ ପ୍ରତିଫଳିତ ହୋଇଛି । କଂପାନି ମୂଲ୍ୟ ଦ୍ୱାରା ଅନୁପ୍ରେରିତ ଗମନାଗମନ ସମାଧାନ ପ୍ରଦାନ କରିବାକୁ ଉଦ୍ୟମ କରୁଛି ଯାହା ଭାରତୀୟ ବଜାରର ବିବିଧ ଆବଶ୍ୟକତା ପୂରଣ କରୁଛି । ଟିଭିଏସ୍ ହେଭି ଡ୍ୟୁଟି ଏକ୍ସଏଲ୍‌୧୦୦ରେ ରହିଛି ୯୯.୭ ସିସିର ସିଙ୍ଗଲ ସିଲିଣ୍ଡର ଫୋର୍ ଷ୍ଟ୍ରୋକ୍ ଇଞ୍ଜିନ୍ ଯାହାକୁ କାରବୁରେଟେଡ୍‌ରୁ ଅପ୍‌ଗ୍ରେଡ୍ କରି ବିଏସ୍‌-୬ ନିୟମ ପାଳନ କରୁଥିବା ଫୁଏଲ୍‌-ଇଞ୍ଜେକ୍ଟରେ ପରିଣତ କରାଯାଇଛି । ଏହା ୬୦୦୦ ଆରପିଏମ୍‌ରେ ୪.୩ ଏଚ୍‌ପି ଓ ୩୫୦୦ ଆର୍‌ପିଏମ୍‌ରେ ୬.୫ ଏନ୍‌ଏମ୍ ସୃଷ୍ଟି କରୁଥିବା ବେଳେ ଏଥିରେ ରହିଛି ଏକ ସିଙ୍ଗଲ ସ୍ପିଡ୍ ଗିୟରବକ୍ସ ।
ଉଲ୍ଲେଖନୀୟ ପ୍ରଦର୍ଶନ, ସୁଦୃଢ଼ ଗଠନ ଶୈଳୀ ଓ ଅତୁଳନୀୟ ଇନ୍ଧନ ମିତବ୍ୟୟିତା ପାଇଁ ଟିଭିଏସ୍ ଏକ୍ସଏଲ୍ ୧୦୦ ବ୍ୟାପକ ଲୋକପ୍ରିୟତା ହାସଲ କରିଛି । ସହରାଂଚଳ ଚାଳକ, ଗ୍ରାମୀଣ ବ୍ୟବହାରକାରୀ ଓ ବାଣିଜ୍ୟିକ ବ୍ୟବହାରକାରୀ ଭଳି ବିବିଧ ବର୍ଗର ଗ୍ରାହକମାନଙ୍କ ପାଇଁ ଏହା ପସନ୍ଦରେ ପରିଣତ ହୋଇଛି ।
ଶକ୍ତିଶାଳୀ ଇଂଜିନ ଓ ଭରସାଯୋଗ୍ୟ ସସ୍‌ପେନ୍‌ସନ୍ ସହିତ ଟିଭିଏସ୍ ଏକ୍ସଏଲ୍‌୧୦୦ ଯେକୌଣସି ପ୍ରକାର ରାସ୍ତାରେ ସୁବିଧାଜନକ ଓ ଆରାମଦାୟକ ଗାଡ଼ି ଚାଳନାକୁ ନିଶ୍ଚିତ କରୁଛି । ଏହାର ସାମ୍ନା ଫ୍ଲୋରବୋର୍ଡ, ବସିବା ଲାଗି ବଡ଼ ସିଟ୍‌, ପଛ କ୍ୟାରିୟର ଜିନିଷ ବୋହିବାର ସୁବିଧା ପ୍ରଦାନ କରୁଛି । ଏହା ବ୍ୟତୀତ ଏଥିରେ ରହିଛି ଇଟିଏଫ୍‌ଆଇ ପ୍ରଯୁକ୍ତି ଯାହା ଦ୍ୱାରା ୧୫% ଅଧିକ ମାଇଲେଜ୍ ମିଳୁଥିବା ଅଧିକ ସଂଚୟ ହେଉଛି ।
ଟିଭିଏସ୍ ଏକ୍ସଏଲ୍ ୧୦୦ ହେଭି ଡ୍ୟୁଟି କିକ୍ ଷ୍ଟାର୍ଟ, ହେଭି ଡ୍ୟୁଟି ଆଇ-ଟଚ୍‌, ହେଭି ଡ୍ୟୁଟି ୱିନ୍ ଏଡିସନ୍ ଓ କମ୍ଫର୍ଟ ଆଇ-ଟଚ୍ ଭାରିଆଂଟ୍‌ରେ ଉପଲବ୍ଧ ହୋଇଛି । ୨୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ଆକର୍ଷଣୀୟ ଲୋ ଡାଉନ୍ ପେମେଂଟ୍ ସ୍କିମ୍‌ରେ ଟିଭିଏସ୍ ଏକ୍ସଏଲ୍ ୧୦୦କୁ କିଣିହେବ ।

Share

Leave a Reply

Your email address will not be published. Required fields are marked *

five + one =