ଟ୍ରାନ୍ସଫର୍ମର କ୍ଷମତା ବଢ଼ାଇଲା ଟିପିଏସଓଡି଼ଏଲ

ବ୍ରହ୍ମପୁର: ଟାଟା ପାୱାର ଦକ୍ଷିଣ ଓଡି଼ଶା ବିତରଣ ଲିମିଟେଡ଼ (ଟିପିଏସଓଡି଼ଏଲ) ଗ୍ରୀଷ୍ମ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସକ୍ରିୟ ପ୍ରୟାସ ଜାରି ରଖିଛି । ଏହାର ଉପଭୋକ୍ତାମାନଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଣ ପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି ।

ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଟିପିଏସଓଡି଼ଏଲ ପୁରୁଣା ୧୦୦ କେଭିଏ ଟ୍ରାନ୍ସଫର୍ମରକୁ ହଟାଇ ଏକ ଉନ୍ନତମାନର ୨୫୦ କେଭିଏ ଟ୍ରାନ୍ସଫର୍ମର ଲଗାଇଛି । ଏହା କମ୍ପାନୀର ସକିୟ ପଦକ୍ଷେପର ଏକ ଉଦାହରଣ । ଟ୍ରାନ୍ସଫର୍ମର ବିଦ୍ୟୁତ ବିତରଣ ପ୍ରଣାଳୀର ଏକ ଅତ୍ୟାବଶ୍ୟକ ଉପାଦାନ । ଏହା ଭୋଲଟେଜ ଏବଂ କରେଣ୍ଟ ପ୍ରବାହ ପରିଚାଳନାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପୁରୁଣା ଟ୍ରାନ୍ସଫର୍ମରକୁ ଏକ ନୂତନ ଟ୍ରାନ୍ସଫର୍ମର ସହିତ ବଦଳାଇବା ଦ୍ୱାରା ବିଦ୍ୟୁତ ଯୋଗାଣର ଗୁଣବତ୍ତା ଉନ୍ନତ ହେବ । ଏହା ଏହି ଅଞ୍ଚଳ ତଥା ଡାକ୍ତରଖାନାକୁ ଓଭରଲୋଡ଼ିଂର ଆଶଙ୍କା କମିବ । ଏହା ଦ୍ବାରା ସ୍ଥିର ବିଦ୍ୟୁତ ଯୋଗାଣ ନିଶ୍ଚିତ ହେବ । ବିଦ୍ୟୁତ ବିତରଣର ଭିତ୍ତିଭୂମି ଓ ବିଦ୍ୟୁତ ନେଟୱର୍କ ସୁଦୃଢ଼ କରିବାରେ ଟିପିଏସଓଡି଼ଏଲ ଚେଷ୍ଟା କରି ଆସୁଛି।

Share

Leave a Reply

Your email address will not be published. Required fields are marked *

5 × 3 =