ଟିପିଏନ୍‌ଓଡିଏଲ୍‌ର ନୂଆ ସିଏସ୍‌ଆର୍ କାର୍ଯ୍ୟକ୍ରମ ଗୋରୁମହିଷାଣୀ ଓ ଚଢ଼େଇପାହାଡ଼ିର ସ୍ଥାନୀୟ ସମାଜକୁ କରୁଛି ସଶକ୍ତ

ବାଲେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ରାଇରଙ୍ଗପୁରର ଗୋରୁମହିଷାଣୀ ଓ ଚଢ଼େଇପାହାଡ଼ି ଅଂଚଳରେ ୨୦୨୩ ଜୁଲାଇ ୩୧ରେ ଏକ ନୂଆ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯାଇଛି ।
ରାଇରଙ୍ଗପୁରର ଗୋରୁମହିଷାଣୀ ଆଇରନ୍ କଲେଜରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଉପ ଜିଲ୍ଲାପାଳ ଓଏଏସ୍‌(ଏସ୍‌) ସରୋଜ କୁମାର ଦାଶ, ଟିପିଏନ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର, ବାଣିଜ୍ୟିକ ଓ ସିଏସ୍‌ଆର୍ ମୁଖ୍ୟ ଦୁଷ୍ୟନ୍ତ କୁମାର ତ୍ୟାଗି, ସିଏସ୍‌ଆର୍ ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ଟିସିଏସ୍‌ର ଆଂଚଳିକ ମୁଖ୍ୟ ସାଗର ଦତା, ଗୋରୁମହିଷାଣୀ ଆଇରନ୍ କଲେଜର ଅଧ୍ୟକ୍ଷ ସୁବ୍ରତ କୁମାର ଗିରି, ବାରିପଦା ଏସ୍‌ଇ ହରିଷ ଚନ୍ଦ୍ର ପଣ୍ଡା, ରାଇରଙ୍ଗପୁର ଇଇ ପାର୍ଥ ସାରଥୀ ଦାସ, ଗୋରୁମହିଷାଣୀ ଆଇରନ୍ କଲେଜର ଇତିହାସ ଅଧ୍ୟାପକ କୁଳମଣି ଗିରି ଅିତିଥି ଭାବେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଦକ୍ଷତା ବିକାଶ ଓ ନିରନ୍ତର ଜୀବନଜୀବିକା ଜରିଆରେ ସ୍ଥାନୀୟ ସମାଜକୁ ଉନ୍ନତ ଓ ସଶକ୍ତ କରାଇବା । ଏହାର ପ୍ରମୁଖ ଉପାଦାନଗୁଡ଼ିକ ହେଉଛି:
ଟିସିଏସ୍ ସହଯୋଗରେ ନିଯୁକ୍ତି ତାଲିମ: ରାଇରଙ୍ଗପୁର ଓ ଗୋରୁମହିଷାଣୀର ଯୁବବର୍ଗଙ୍କ ନିଯୁକ୍ତି ହାସଲ କ୍ଷମତାରେ ଉନ୍ନତି ଆଣିବା ପାଇଁ ଟିପିଏନ୍‌ଓଡିଏଲ୍ ପକ୍ଷରୁ ଟିସିଏସ୍ ସହ ସହଯୋଗିତା ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ତାଲିମ, କର୍ମଶାଳା, ମେଂଟରସିପ୍ ଓ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ଲେସ୍‌ମେଂଟ୍ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ପ୍ରତିଶ୍ରୁତିପୂର୍ଣ୍ଣ କ୍ୟାରିୟର ସୁଯୋଗ ହାସଲ କରିବାକୁ ସକ୍ଷମ ହୋଇପାରିବେ । କାର୍ଯ୍ୟକ୍ରମରେ ଏହି ଅଂଚଳର ବିଏ, ବିକମ୍ ଓ ବିଏସ୍‌ସି ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟବାନ ଦକ୍ଷତା ଓ ଜ୍ଞାନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରାୟ ୬୦ ଛାତ୍ରଛାତ୍ରୀ ୨୨ ଦିନ ପର୍ଯ୍ୟନ୍ତ ତାଲିମ ଗ୍ରହଣ କରିବେ ଯେଉଁଥିରେ ସେମାନଙ୍କୁ ମୌଳିକ କମ୍ପ୍ୟୁଟର ଦକ୍ଷତା, ଯୋଗାଯୋଗ ଓ ପ୍ରବନ୍ଧକ ଦକ୍ଷତା ଉପରେ ତାଲିମ ପ୍ରଦାନ କରାଯିବ । ଚଳିତ ବର୍ଷ ତିନି ବ୍ୟାଚ୍ ପାଇଁ ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି । ସଫଳତାର ସହ ତାଲିମ ଶେଷ ହେବା ପରେ ଟିସିଏସ୍ ପକ୍ଷରୁ ସବୁଠୁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ପାଇଁ ବ୍ୟାପକ ଅନୁଶୀଳନ କରାଯିବ । ପରୀକ୍ଷାରେ ଯେଉଁମାନେ ଯୋଗ୍ୟତା ହାସଲ କରିବେ ଟିସିଏସ୍ ସେମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ସହ ପ୍ରଯୁକ୍ତି ଓ କର୍ପୋରେଟ୍ କ୍ଷେତ୍ରରେ ସେମାନଙ୍କ ପାଇଁ ଚମତ୍କାର କ୍ୟାରିୟର ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିବ ।

ସୋଲାର ପ୍ୟାନେଲ ମରାମତି ଓ ରକ୍ଷଣାବେକ୍ଷଣ: ଅକ୍ଷୟ ଶକ୍ତି ଉପରେ ବର୍ଦ୍ଧିତ ଗୁରୁତ୍ୱକୁ ବଜାୟ ରଖି ଟିପିଏନ୍‌ଓଡିଏଲ୍‌ର ସୋଲାର ପ୍ୟାନେଲ୍ ମରାମତି ଓ ରକ୍ଷଣାବେକ୍ଷଣ ତାଲିମ ଅଂଶଗ୍ରହଣକାରୀମାନଙ୍କୁ ସବୁଜ ଭବିଷ୍ୟତ ପ୍ରତି ଅବଦାନ ପ୍ରଦାନ କରିବା ସହିତ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରିଥିଲା ।
ସିଲାଇ ଓ ଏମ୍ବ୍ରୋଡୋରି: ସିଲାଇ ଓ ଏମ୍ବ୍ରେଡୋରି ଭଳି ଧନ୍ଦାମୂଳକ ଦକ୍ଷତା ଉପରେ ମହିଳାମାନଙ୍କୁ ସଶକ୍ତ କରିବା ସହ ଆର୍ଥିକ ସ୍ୱାଧୀନତାକୁ ସୁଦୃଢ଼ କରିବ ଏବଂ ସ୍ଥାନୀୟ କଳା ଓ କାରିଗରୀର ପ୍ରସାର ଓ ସଂରକ୍ଷଣ କରିବ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଏହି ଅଂଚଳରେ ବାସ କରୁଥିବା ମହିଳାଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ।
ଶାଳ ପତ୍ର ପ୍ଲେଟ୍ ତିଆରି ଓ ବିପଣନ: ପାରମ୍ପରିକ ଶାଳ ପତ୍ର ପ୍ଲେଟ୍ (ଖଲି) ତିଆରିର ପ୍ରସାର କରି ଟିପିଏନ୍‌ଓଡିଏଲ୍ ପକ୍ଷରୁ ପ୍ଲାଷ୍ଟିକ୍ ଓ ଷ୍ଟାଇରୋଫୋମ୍‌ର ଦୀର୍ଘସ୍ଥାୟୀ ବିକଳ୍ପ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥି ସହିତ ଏହି ଅଭିଯାନ ସ୍ଥାନୀୟ କାରିଗରମାନଙ୍କ ପାଇଁ ଆୟ ସୃଷ୍ଟିର ନୂଆ ରାସ୍ତା ଖୋଲିବ ।
ଚାଷୀଙ୍କ ପାଇଁ ଜୀବନଜୀବିକା କାର୍ଯ୍ୟକ୍ରମ: ଆଧୁନିକ କୃଷି ପଦ୍ଧତି, ଶ୍ରେଷ୍ଠ ଅଭ୍ୟାସ ଓ ବଜାର ପାଖରେ ପହଂଚାଇବା ଆଦି ଜରିଆରେ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବାକୁ ଟିପିଏନ୍‌ଓଡିଏଲ୍ ପ୍ରତିବଦ୍ଧ ରହିଛି । ଏହା କରି ଏହି ଅଭିଯାନରେ କୃଷି ଉତ୍ପାଦକତାରେ ଉନ୍ନତି ଆଣିବା ଓ ଏହି ଅଂଚଳର ଚାଷୀମାନଙ୍କ ଆୟ ସ୍ତର ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ଅବସରରେ ଟିପିଏନ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର କହିଛନ୍ତି ଯେ, “ଗୋରୁମହିଷାଣୀ ଓ ଚଢ଼େଇପାହାଡ଼ି ଅଂଚଳର ସ୍ଥାନୀୟ ଲୋକମାନଙ୍କ ଉନ୍ନତି ଲକ୍ଷ୍ୟ ନେଇ ସିଏସ୍‌ଆର୍ ଅଭିଯାନର ଶୁଭାରମ୍ଭ କରିଥିବାରୁ ଆମେ ଉଲ୍ଲସିତ । ଦକ୍ଷତା ବିକାଶ ଓ ଦୀର୍ଘସ୍ଥାୟୀ ଜୀବନଜୀବିକା ସୁଯୋଗ ପ୍ରଦାନ କରି ଆମେ ଏଠାକାର ବାସିନ୍ଦାଙ୍କ ଜୀବନରେ ସକାରାତ୍ମକ ଓ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ଚାହୁଛୁ । ଏହି ଅଭିଯାନକୁ ବାସ୍ତବତାରେ ପରିଣତ କରିବାରେ ସହଯୋଗ ଓ ଅଂଶଗ୍ରହଣ କରିଥିବା ସମ୍ମାନନୀୟ ସହଯୋଗୀ ଓ ଅତିଥିମାନଙ୍କୁ ଆମେ କୃତଜ୍ଞତା ଜଣାଉଛୁ ।’’
ଏହି ଅଂଚଳର ବିକାଶ ଓ ପ୍ରଗତି ପ୍ରତି ଅର୍ଥପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବାକୁ ଟିପିଏନ୍‌ଓଡିଏଲ୍ ପ୍ରତିବଦ୍ଧ ରହିଛି ଏବଂ ଗୋଷ୍ଠୀର ଲାଭ ହେଉଥିବା ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ କଂପାନି ସମର୍ପିତ ରହିବ ।

Share

Leave a Reply

Your email address will not be published. Required fields are marked *

four × four =