ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଅବସରରେ ସ୍ୱତନ୍ତ୍ର ଫ୍ରିଡମ୍ ଅଫର ଘୋଷଣା

ଭୁବନେଶ୍ୱର: ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ଫ୍ରିଡମ୍ ଅଫର ଘୋଷଣା କରାଯାଇଛି । ଏହି ଅଫରରେ ସୁନା, ହୀରା, ରୁପା, ପ୍ଲାଟିନମ୍ ଓ ଗସିପ୍ ଗହଣା କିଣାକିଣି ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି ।
ଫ୍ରିଡମ୍ ଅଫରରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୧୫ ପ୍ରତିଶତ ପର୍ଯ୍ୟନ୍ତ, ହୀରା ଗହଣା ଗଢ଼ା ମୂଲ୍ୟ ଉପରେ ୭୭ ପ୍ରତିଶତ ପର୍ଯ୍ୟନ୍ତ, ପ୍ଲାଟିନମ୍‌, ରୁପା ଗହଣା ଏବଂ ଗସିପ୍ ଗହଣାର ଗଢ଼ା ମୂଲ୍ୟ ଉପରେ ୧୫% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏଥି ସହିତ ଜେମ୍‌ଷ୍ଟୋନ୍ ଉପରେ କଂପାନି ୧୦% ରିହାତି ପ୍ରଦାନ କରୁଥିବା ବେଳେ ପୁରୁଣା ସୁନା ବଦଳରେ ୦% ମୂଲ୍ୟ କାଟ କରାଯାଉଛି ।
ଏହି ଅଫର ସମ୍ପର୍କରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଡିଜାଇନ୍ ଓ ମାର୍କେଟିଂ ମୁଖ୍ୟ ଜୋଇତା ସେନ୍ କହିଛନ୍ତି ଯେ, “ଭାରତ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଏହି ଐତିହାସିକ ମୁହୂର୍ତକୁ ଆମ ଗ୍ରାହକମାନଙ୍କ ସହ ପାଳନ କରିବା ପାଇଁ ଆମେ ଚେନ୍ ସେଟ୍‌ର ନୂଆ ଡିଜାଇନ୍‌କୁ ଲଂଚ୍ କରାଯାଇଥିବା ବେଳେ ନୂଆ ମାରିପୋଷା ସମ୍ଭାରକୁ ଉନ୍ମୋଚନ କରାଯାଇଛି । ସାରା ଭାରତରେ ଅଗଷ୍ଟକୁ ଉତ୍ସବ ମାସ ଭାବେ ପାଳନ କରାଯାଉଥିବା ବେଳେ ଉତର ଭାରତର ତିଜ୍‌, ଦକ୍ଷିଣ ଭାରତରେ ଓନାମ ଓ ବରାଲକ୍ଷ୍ମୀ ଏବଂ ରାଖିକୁ ସର୍ବଭାରତୀୟ ସ୍ତରରେ ପାଳନ କରାଯାଉଛି । ଏହି ଅବସରକୁ ପାଳନ କରିବା ପାଇଁ ଆମେ ମଙ୍ଗଳସୂତ୍ର, ରାଖି, ସୋଲିଟାୟାର ମୁଦି ଏବଂ ପୁରୁଷ ସମ୍ଭାରକୁ ଲଂଚ୍ କରାଯାଇଥିବା ବେଳେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ମଧ୍ୟ ଘୋଷଣା କରିଛୁ ।”
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଏହାର ଆକର୍ଷଣୀୟ ଗହଣା ସମ୍ଭାର ପାଇଁ ପରିଚିତ । ଯାହାକୁ ଅତି ନିଖୁଣତାର ଓ ଯତ୍ନ ସହକାରେ ହାତରେ ପ୍ରସ୍ତୁତ କରାଯାଉଛି । କଂପାନିର ଗହଣାଗୁଡ଼ିକ ଭାରତୀୟ ସଂସ୍କୃତି ଓ ଐତିହ୍ୟରୁ ଅନୁପ୍ରାଣିତ ହୋଇଥିବା ବେଳେ କଂପାନି ଆଧୁନିକ ଓ ପାରମ୍ପରିକ ସମସାମୟିକର ଡିଜାଇନ୍ ପ୍ରସ୍ତୁତ କରିଥାଏ ।
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ସମସ୍ତ ସୋ’ରୁମ୍ ଏବଂ ଅନ୍‌ଲାଇନ୍ ଚ୍ୟାନେଲ୍‌ରେ ଫ୍ରିଡମ୍ ଅଫର ୨୦୨୩ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଉପଲବ୍ଧ ହେବ ।
ଏହି ଅବସରରେ କଂପାନି ପକ୍ଷରୁ ଚେନ୍‌, ମାରିପୋଷା ସମ୍ଭାରକୁ ଉନ୍ମୋଚନ କରିଥିବା ବେଳେ ସ୍ୱତନ୍ତ୍ର ରାଖି ଡିଜାଇନ୍‌କୁ ମଧ୍ୟ ଲଂଚ୍ କରାଯାଇଛି । ତିଜ୍ ଅବସରରେ ଉତରପ୍ରଦେଶ ଓ ବିହାରର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ମଙ୍ଗଳସୂତ୍ର ସମ୍ଭାରର ଶୁଭାରମ୍ଭ କରାଯାଇଛି । ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସରେ ଏଭରଲାଇଟ୍‌, ଗୋସିପ୍‌, ଡି’ସାଇନିଆ ଓ ବିବାହ ସମ୍ଭାର ଭଳି ବ୍ରାଣ୍ଡ୍ ରହିଛି ।

Share

Leave a Reply

Your email address will not be published. Required fields are marked *

4 × four =