ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ହର୍ନେଟ୍ ୨.୦ ଓ ଡିଓ ୧୨୫ର ୨୦୨୩ ରେପ୍‌ସଲ୍ ଏଡିସନ୍ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଗ୍ରାଣ୍ଡ୍ ପ୍ରିକ୍ସ ଲାଗି ପ୍ରସ୍ତୁତ ରହିଥିବା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଆଜି ୨୦୨୩ ରେପ୍‌ସଲ୍ ଏଡିସନ୍‌ର ହର୍ନେଟ୍ ୨.୦ ଓ ଡିଓ ୧୨୫କୁ ଉନ୍ମୋଚନ କରାଯାଇଛି । ଏହି ଦୁଇ ଗାଡ଼ିର ମୂଲ୍ୟ ଯଥାକ୍ରମେ ୧,୪୦,୦୦୦ ଟଙ୍କା ଓ ୯୨,୩୦୦ ଟଙ୍କା ରହିଛି । ସାରା ଦେଶରେ ଥିବା ହୋଣ୍ଡା ରେଡ୍ ୱିଙ୍ଗ୍ ଆଉଟ୍‌ଲେଟ୍‌ରେ ଏହି ଦୁଇ ଲିମିଟେଡ୍ ଏଡିସନ୍ ରେପ୍‌ସଲ୍ ମଡେଲ୍ ଉପଲବ୍ଧ ହେବ ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସୃମୁ ଓଟାନି କହିଛନ୍ତି ଯେ, “ରେସିଂ ହେଉଛି ହୋଣ୍ଡାର ହୃତପିଣ୍ଡ । ପ୍ରଥମ ଥର ପାଇଁ ଭାରତରେ ରେସିଂର ଶିଖର ଭାବେ ପରିଚିତ ମୋଟୋଜିପି ପ୍ରଥମ ଥର ପାଇଁ ଭାରତରେ ଆୟୋଜନ ହେଉଥିବା ବେଳେ ଐତିହାସିକ ମୁହୂର୍ତର ସାଖି ରହିବା ଲାଗି ଭାରତୀୟ ଯୁବ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ସେହି ଉତ୍ସାହକୁ ଆହୁରି ବଢ଼ାଇବା ପାଇଁ ଆମେ ହର୍ନେଟ୍ ୨.୦ ଓ ଡିଓ ୧୨୫ର ୨୦୨୩ ରେପ୍‌ସଲ୍ ଏଡିସନ୍‌କୁ ଉନ୍ମୋଚନ କରିଛୁ । ଆମେ ଆଗାମୀ ଭାରତଜିପିର ବଡ଼ ସଫଳତା କାମନା କରୁଛୁ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ବିକ୍ରି ଓ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ହର୍ନେଟ୍ ୨.୦ ଓ ଡିଓ ୧୨୫ର ୨୦୨୩ ରେପ୍‌ସଲ୍ ଏଡିସନ୍‌କୁ ଉନ୍ମୋଚନ କରି ଆମେ ବେଶ ଉତ୍ସାହିତ । ଉଭୟ ମଡେଲ୍ ନିଜ ନିଜ କ୍ଷେତ୍ରରେ ଗ୍ରାହକଙ୍କୁ ଉଲ୍ଲସିତ କରିଛନ୍ତି ଏବଂ ତାହାର ଲିମିଟେଡ୍ ଏଡିସନ୍ ଭର୍ସନ ଉନ୍ମୋଚନ କରି ଭାରତରେ ମୋଟୋଜିପି ପ୍ରଶଂସକଙ୍କ ପାଇଁ ଭାରତୀୟ ରାସ୍ତାରେ ହୋଣ୍ଡାର ରେସିଂ ଡିଏନ୍‌ରେ ପରିବର୍ତନ ଆଣି ଆମେ ଆନନ୍ଦିତ । ପ୍ରଥମ ଭାରତଜପି ପାଇଁ ରେପ୍‌ସଲ୍ ହୋଣ୍ଡା ଟିମ୍‌କୁ ଆମେ ଶୁଭକାମନା ଜଣାଉଛୁ ।’’
ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ଡିଓ ୧୨୫ ରେପ୍‌ସଲ୍ ଏଡିସନ୍‌ରେ ରହିଛି ରସ୍ ହ୍ୱାଇଟ୍ ଓ କମଳା ରଙ୍ଗର ଚମତ୍କାର ଡୁଆଲ୍ ଟୋନ୍‌, ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌, ଆଧୁନିକ ଟେଲ୍ ଲ୍ୟାମ୍ପ୍‌, ୱେଭ୍ ଡିସ୍କ ବ୍ରେକ୍‌, ସମ୍ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଂଟ୍ କନ୍‌ସୋଲ ଓ ହୋଣ୍ଡାର ସ୍ମାର୍ଟ କି’ । ଏଥିରେ ୧୨୩.୯୨ ସିସିର ସିଙ୍ଗିଲ ସିଲିଣ୍ଡର ବିଏସ୍‌-୬ ଓବିଡି୨ ନିୟମ ପାଳନ କରୁଥିବା ପିଏମ୍‌ଜି-ଏଫ୍‌ଆଇ ଇଂଜନି, କମ୍ବି ବ୍ରେକ୍ ସିଷ୍ଟମ୍‌, ୧୨ ଇଂଚର ସାମ୍ନା ଚକ ରହିଛି ।
ସେହିପରି ହର୍ନେଟ୍ ୨.୦ରେ ରେପ୍‌ସଲ୍ ରେସିଂ ଷ୍ଟ୍ରାଇପ୍ ଥିବା ବେଳେ ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍ ବ୍ୟବସ୍ଥା, ସ୍ପ୍ଲିଟ୍ ସିଟ୍‌, ଟାଙ୍କିରେ ଚାବି, ସମ୍ପୂର୍ଣ୍ଣ ଡିଜିଟାଲ୍ ଲିକ୍ୱିଡ୍ କ୍ରିଷ୍ଟାଲ୍ ଇନଷ୍ଟ୍ରୁମେଂଟ୍ ପ୍ୟାନେଲ୍‌, ଡୁଆଲ୍ ପେଟାଲ୍ ଡିସ୍କ ବ୍ରେକ୍‌, ସିଙ୍ଗଲ ଚାନେଲ୍ ଏବିଏସ୍ ଓ ମୋନୋ ସକ୍ ପଛ ସସ୍‌ପେନ୍‌ସନ୍ ରହିଛି ।

Share

Leave a Reply

Your email address will not be published. Required fields are marked *

2 + 5 =