ଡୁବୁରିଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ବ୍ଲକ ପ୍ରତିଷ୍ଠା ପାଇଁ ଭୂମିପୂଜନ

ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂଜିନିୟର ପ୍ରୀତିରଞ୍ଜନ ଘଡେଇଙ୍କ ଦ୍ୱାରା ଶିଳାନ୍ୟାସ
ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ନିର୍ମାଣ ହେବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ବ୍ଲକ

ଡୁବୁରି: ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ, ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ନିର୍ମିତ ହେବାକୁ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ବ୍ଲକର ଶିଳାନ୍ୟାସ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲା ଡୁବୁରିଠାରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂଜିନିୟର ପ୍ରୀତିରଞ୍ଜନ ଘଡେଇ କରିଛନ୍ତି ।

ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଓ ଟାଟା ଷ୍ଟିଲ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ଅଂଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବା ସହ ସୁକିନ୍ଦା ବ୍ଲକର ଡୁବୁରି ଓ ଆଖପାଖ ପଂଚାୟତରେ ରହୁଥିବା ଲୋକଙ୍କୁ ସେବା ଯୋଗାଇବ ।

ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ନିର୍ମିତ ହେବାକୁ ଥିବା ପିଏଚସିର ନୂତନ ବ୍ଲକ ୩୭୦୦ ବର୍ଗଫୁଟର ହେବ ଏବଂ ଚଳିତ ଆର୍ôଥକ ବର୍ଷ ଶେଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ମୌଳିକ ଭିତିଭୂମି ବ୍ୟତୀତ ପ୍ରସ୍ତାବିତ ବ୍ଲକର ଛାତ ଉପର ବର୍ଷା ଜଳ ସଂରକ୍ଷଣ, ସୌର ଭିତିକ ବିଜୁଳି ଏବଂ ଏକ ଗଭୀର ନଳକୂପର ବ୍ୟବସ୍ଥା ରହିବ ।

ଅନ୍ୟମାନଙ୍କ ମଧ୍ୟରେ ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସୁକିନ୍ଦା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ (ୱାର୍ଡ ନଂ-୩୮) ସାଧୁଚରଣ ଟିୟୁ, କଳିଙ୍ଗନଗର ଟାଟା ଷ୍ଟିଲ ଫାଉଣ୍ଡେସନର ୟୁନିଟ୍ ମୁଖ୍ୟ ଆଲେନ୍ ଜୋସେଫ୍ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

5 × 2 =