ଫିନୋଲେକ୍ସ ପାଇପ୍‌ସ ପକ୍ଷରୁ “ପିଢ଼ି ବଦଳିବ, ପାଇପ୍ ନୁହେଁ’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ପିଭିସି ପାଇପ୍‌ସ ଓ ଫିଟିଙ୍ଗ୍‌ସ ନିର୍ମାତା ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଦେଶର ସବୁଠୁ ବିଶ୍ୱାସଯୋଗ୍ୟ ଓ ଦୀର୍ଘସ୍ଥାୟୀ ପାଇପ୍ ବ୍ରାଣ୍ଡ୍ ଭାବେ ନିଜ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ନୂଆ ବ୍ରାଣ୍ଡ୍ ଅଭିଯାନ “ପିଢ଼ି ବଦଳିବ, ପାଇପ୍ ନୁହେଁ’ର ଶୁଭାରମ୍ଭ କରାଯାଇଥିବା ବେଳେ ଏହି ଅଭିଯାନ ଜରିଆରେ କଂପାନି ଲକ୍ଷ ଲକ୍ଷ ପାଇପ୍ ମିସ୍ତ୍ରୀଙ୍କ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିଛି ଯେଉଁମାନେ ବ୍ରାଣ୍ଡ୍‌ର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
‘ସବାଙ୍ଗ ମୋସନ ପିକ୍‌ଚର୍ସ’ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିବା ବେଳେ ଏହି ସିନେମାଟି ଫିନୋଲେକ୍ସ ପାଇପ୍‌ସ ସହିତ ବିଭିନ୍ନ ଅଂଶୀଦାରଙ୍କ ବୃଦ୍ଧି ପାଉଥିବା ସମ୍ପର୍କକକୁ ପାଳନ କରୁଛି । ପାଇପ୍ ମିସ୍ତ୍ରୀଙ୍କ ତିନି ପିଢ଼ିର ଉଲ୍ଲେଖନୀୟ ସହଯୋଗିତାକୁ ଏହା ପ୍ରଦର୍ଶିତ କରୁଛି, ଯେଉଁମାନେ ଫିନୋଲେକ୍ସ ପାଇପ୍‌ସ ସହ ଯୋଡ଼ି ହୋଇ ସଫଳତା ହାସଲ କରିଛନ୍ତି ଏବଂ କଂପାନିର ବ୍ରାଣ୍ଡ୍‌କୁ ପ୍ରଚାର କରୁଛନ୍ତି ।
ଏହି ସିନେମାରେ ଜଣେ ଯୁବ ପାଇପ୍‌ମିସ୍ତ୍ରୀ ଏକ ଘରେ କାହିଁକି ପାଇପ୍ ଲଗାଯିବ ନାହିଁ ବୋଲି ପ୍ରଶ୍ନ କରୁଛନ୍ତି । ତାହାର ଉତରରେ ତାଙ୍କ ଜେଜେବାପା ଜଣାଉଛନ୍ତି ଯେ ସେହି ଘରେ ଫିନୋଲେକ୍ସ ପାଇପ୍‌ସ ଅତୀତରେ ବ୍ୟବହାର କରାଯାଇଛି । ଫିନୋଲେକ୍ସ ପାଇପ୍ ଲାଗିଥିବାରୁ ମରାମତି ଓ ରକ୍ଷଣାବେକ୍ଷଣ ଦରକାର ନାହିଁ ବୋଲି ସେ କହୁଛନ୍ତି । ତାହା ଫିନୋଲେକ୍ସ ପାଇପ୍‌ସ ଆଣ୍ଡ୍ ଫିଟିଙ୍ଗ୍‌ସର ଦୀର୍ଘସ୍ଥାୟିତ୍ୱକୁ ପ୍ରଦର୍ଶିତ କରୁଛି । ଫିନୋଲେକ୍ସ ପାଇପ୍‌ସର ୨୧,୦୦୦ ରିଟେଲର ଓ ଡିଲରଙ୍କଠାରୁ ଅଂଶୀଦାରଙ୍କ ସଂଗ୍ରହ କରାଯାଇଥିବା ସ୍ୱର ଆଧାରରେ ଏହି ସିନେମା ପ୍ରସ୍ତୁତ କରାଯାଇଛି ।
ଏହି ସିନେମାରେ ପାଇପ୍‌ମିସ୍ତ୍ରୀମାନଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିବା ବେଳେ ଭରସାଯୋଗ୍ୟ ଓ ନିର୍ଭରଶୀଳ ବ୍ରାଣ୍ଡ୍ ଫିନୋଲେକ୍ସ ଉପରେ ପ୍ରକଟ କରିଥିବା ଭରସାକୁ ପାଳନ କରାଯାଉଛି । ସେଥିପାଇଁ ପାଇପ୍ କାମ, ସ୍ୱଚ୍ଛତା ଓ କୃଷି କାର୍ଯ୍ୟରେ ଫିନୋଲେକ୍ସ ପାଇପ୍‌ସ ଆଣ୍ଡ୍ ଫିଟିଙ୍ଗ୍‌ସର ବ୍ୟବହାର ବୃଦ୍ଧି ପାଇଛି ଓ ସମଗ୍ର ବଜାରରେ ସଚେତନତା ବଢ଼ିଛି ।
ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍‌ର ଉପସଭାପତି ତଥା ମାର୍କେଟିଂ ଓ ଯୋଗାଯୋଗ ମୁଖ୍ୟ ଅଶୋକ ଜୈସୱାର କହିଛନ୍ତି ଯେ, “ଏହି ନୂଆ ଅଭିଯାନ ଜରିଆରେ ଆମେ ପାଇପ୍ ମିସ୍ତ୍ରୀଙ୍କ ସଫଳତା କାହାଣୀର ପ୍ରସାର କରୁଛୁ ଯେଉଁମାନଙ୍କ ସହ ଆମର ଦୀର୍ଘଦିନର ସମ୍ପର୍କ ରହିଛି ଏବଂ ସେମାନେ ବିଶ୍ୱାସର ସହ ଆମ ଉତ୍ପାଦ ଓ ବ୍ରାଣ୍ଡ୍‌ର ପ୍ରଚାର କରୁଛନ୍ତି । ପିଢ଼ି ପିଢ଼ି ଧରି ଆମେ ସୃଷ୍ଟି କରିଥିବା ଦୀର୍ଘସ୍ଥାୟୀ ସମ୍ପର୍କ ହେଉଛି ଆମ ଉତ୍ପାଦର ଗୁଣାତ୍ମକ ମାନର ପ୍ରତିଫଳନ ।’’
ସବାଙ୍ଗର ଏକ୍‌ଜିକୁଟିଭ୍ କ୍ରିଏଟିଭ୍ ଡାଇରେକ୍ଟର କାଶ୍ୟପ ଯୋଶୀ କହିଛନ୍ତି ଯେ, “ଫିନୋଲେକ୍ସ ପାଇପ୍ କେତେ ଦିନ ଚାଲେ ଆମେ ଯେତେବେଳେ ପ୍ରଶ୍ନ କଲୁ ତାହା ମାସରୁ ବର୍ଷ, ଦଶନ୍ଧିରୁ ପିଢ଼ି ପର୍ଯ୍ୟନ୍ତ ଚାଲେ ବୋଲି ଉତର ମିଳିଥିଲା । ତେଣୁ ଆମେ ଏକ କାହାଣୀ ପ୍ରସ୍ତୁତ କରିଥିଲୁ ଯେଉଥିରେ ଜଣେ ପାଇପ ମିସ୍ତ୍ରୀ ନିଜ ପୂର୍ବ ପିଢ଼ିଙ୍କୁ ପ୍ରଶ୍ନ ପଚାରୁଥିଲେ । ଫଳ ସ୍ୱରୂପ ଏକ କୌତୁକ ସିନେମା ପ୍ରସ୍ତୁତ ହୋଇଛି ଯାହା ସ୍ମରଣୀୟ ଢଙ୍ଗରେ ଉତ୍ପାଦର ଦାବିକୁ ଉପସ୍ଥାପନ କରିପାରିଛି ।’’

Share

Leave a Reply

Your email address will not be published. Required fields are marked *

4 + 9 =