ଡାକ୍ତରଙ୍କ ଦ୍ୱାରା ଡାଇବେଟିସ୍ ଓ ଓଷ୍ଟେଓଆର୍ଥରାଇଟିସ୍ ମଧ୍ୟରେ ସମ୍ପର୍କ ଉନ୍ମୋଚିତ

ଭୁବନେଶ୍ୱର: ଜୀବନଶୈଳୀର ପସନ୍ଦରୁ ସୃଷ୍ଟି ହୋଇଥିବା ଡାଇବେଟିସ୍ ଏବେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ୨୦୨୧ରେ ୫୩.୭ କୋଟି (ବିଶ୍ୱ ଜନସଂଖ୍ୟାର ୧୦ ପ୍ରତିଶତ) ଲୋକ ଡାଇବେଟିସ୍ (ମଧୁମେହ)ରେ ପୀଡ଼ିତ ଥିବା ଜଣାପଡ଼ିଛି । ଏହା ହେଉଛି ବିଶ୍ୱର ସପ୍ତମ ବଡ଼ କାରଣ । ଭୁବନେଶ୍ୱରର ହାଇଟେକ୍ ମେଡିକାଲ୍ କଲେଜ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସହରରେ ଏହି ରୋଗର ବ୍ୟାପକତା୧୫.୬ ପ୍ରତିଶତ ରହିଛି ଏବଂ ତାହା ବୟସ ସହିତ ବୃଦ୍ଧି ପାଉଛି ।
ହାଡ଼ ଓ ଗଣ୍ଠି ସମସ୍ୟା ସହିତ ଡାଇବେଟିସ୍‌ର ସମ୍ପର୍କ ରହିଛି । ଏହାର ବଭିନ୍ନ କାରଣ ରହିଥିବା ବେଳେ ଡାଇବେଟିସ୍ ନ୍ୟୁରୋପାଥିରେ ସ୍ନାୟୁ ନଷ୍ଟ, ଆର୍ଟେରି ରୋଗ ଓ ମେହବହୁଳତା ହେଉଛି ଅନ୍ୟତମ ପ୍ରମୁଖ କାରଣ । ଓଷ୍ଟେରୋଆର୍ଥରାଇଟିସ୍ ହେଉଛି ଗଣ୍ଠିରେ ଦେଖାଦେଉଥିବା ଏକ ସମସ୍ୟା ଯାହା କାର୍ଟିଲେଜ୍ ସମସ୍ୟା ଯୋଗୁଁ ଦେଖାଦେଇଥାଏ ଯାହା ପର୍ଯ୍ୟାୟକ୍ରମେ ଆଣ୍ଠୁ ଓ ଜଂଘର ଗଣ୍ଠି ପ୍ରଭାବିତ ହୋଇଥାଏ । ଟାଇପ-୨ ଡାଇବେଟିସ୍ ରୋଗୀଙ୍‌ଠାରେ ଏହା ଦେଖାଯାଏ ।
ଭାରତରେ ୩୨.୬୫ ନିୟୁତ ଲୋକ ଓଷ୍ଟେରୋଆର୍ଥରାଇଟିସ୍‌ରେ ପୀଡ଼ିତ । ଓଡ଼ିଶାର ଗ୍ରାମାଂଚଳରେ ମଧ୍ୟ ଏହି ରୋଗ ବ୍ୟାପକ ଭାବେ ଦେଖାଯାଉଛି । ଓଡ଼ିଶାର ଗାଁଗୁଡ଼ିକ ଉପରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୫୫ ବର୍ଷରୁ ଅଧିକ ବୟସରେ ପ୍ରତି ତିନି ଜଣରେ ଜଣେ ଏହି ସମସ୍ୟାରେ ପୀଡ଼ିତ ।
ଆଇଏମ୍‌ଏସ୍‌, ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍‌ଟିମେଟ୍‌କେୟାରର ଅସ୍ଥିଶଲ୍ୟ, ରୋବୋଟିକ୍ସ, ନି ସର୍ଜରି ବିଭାଗର ମୁଖ୍ୟ ଡକ୍ଟର ଅନିରୁଦ୍ଧ ଦାଶ କହିଛନ୍ତି ଯେ ଗଣ୍ଠିରେ ଅବନତି କାରଣରୁ ଓଷ୍ଟେରୋଆର୍ଥରାଇଟିସ୍ ଦେଖାଦେଉଛି । ଡାଇବେଟିସ୍‌ରେ ପୀଡ଼ିତ ଲୋକଙ୍କଠାରେ ଓଷ୍ଟେରୋଆର୍ଥରାଇଟିସ୍ ଅଧିକ ଦେଖାଦେଉଛି । ଏହି ସ୍ଥିତି ଆଗକୁ ବଢ଼ିବା ସହ ନୈନନ୍ଦୀନ କାର୍ଯ୍ୟ କରିବା ଯନ୍ତ୍ରଣାଦାୟକ ହୋଇପଡ଼େ । ଓଷ୍ଟେରୋଆର୍ଥରାଇଟିସ୍‌କୁ ଆଗୁଆ ଚିହ୍ନଟ କରି ତାହାର ଚିକିତ୍ସା କରିବା ବେଶ ଗୁରୁତ୍ୱପୂର୍ଣ୍ଣ । ଚିକିତ୍ସାରେ ଅସ୍ତ୍ରୋପଚାର ବିକଳ୍ପ ଉପଲବ୍ଧ ରହିଛି ଯାହା ରୋଗୀଙ୍କ ସାମଗ୍ରିକ ଜୀବନରେ ଉନ୍ନତି ଆଣିବ । ଶ୍ରେଷ୍ଠ ସମାଧାନ ଲାଗି ଓଜନ ହ୍ରାସ ଉପରେ ଧ୍ୟନ ଦେବାକୁ ପଡ଼ିବ । ମନେ ଋକ୍ଷନ୍ତୁ ଚିକିତ୍ସା ଜରୁରୀ ଅଟେ ।
ଯନ୍ତ୍ରଣା କମ୍ କରିବା, ଚଳପ୍ରଚଳରେ ଉନ୍ନତି ଆଣିବା ଏବଂ ରୋଗ ବୃଦ୍ଧିକୁ ରୋକିବା ଲାଗି ଚିକିତ୍ସା ବିକଳ୍ପ ରହିଛି । ଏଥିରେ ଶାରିରୀକ ଥେରାପି, ଯନ୍ତ୍ରଣା ଉପଶମକାରୀ ଚିକିତ୍ସା ଓ ଇଞ୍ଜେକ୍ସନ ଆଦିର ବ୍ୟବସ୍ଥା ରହିଛି । ଗମ୍ଭୀର ମାମଲାରେ ଅସ୍ତ୍ରୋପଚାର କିମ୍ବା ଆଣ୍ଠୁ ଓ ଜଂଘ ହାତ ପ୍ରତିରୋପଣ କରିବା ପରାମର୍ଶ ଦିଆଯାଏ । ଏହାର ପ୍ରତିଷେଧମୂଳକ ପଦକ୍ଷେପକୁ ନେଇ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।

Share

Leave a Reply

Your email address will not be published. Required fields are marked *

13 − seven =