ଟାଟା ଷ୍ଟିଲ୍ ରନ-ଏ-ଥନକୁ ନେଇ ସମଗ୍ର ଯୋଡ଼ା ସହରରେ ପ୍ରବଳ ଉତ୍ସାହ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମାନର ବୃତିଗତ ଦୌଡ଼ ‘ରନ-ଏ-ଥନ’ ଆରମ୍ଭ ହେବାକୁ ଯାଉଥିବାରୁ ଏହାକୁ ନେଇ ସାରା ସହରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
ନଭେମ୍ବର ୨୬ ତାରିଖରେ ଯୋଡ଼ା ସ୍ଥିତ ସେଂଟ୍ରାଲ ଖେଳ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଉତ୍କଣ୍ଠାପୂର୍ଣ୍ଣ ଦୌଡ଼ରେ ସମଗ୍ର ଦେଶରୁ ପ୍ରାୟ ୪୦୦୦ ଧାବକ ଧାବିକା ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
ଦୌଡ଼ରେ ଉନ୍ନତ ପ୍ରଦର୍ଶନ କରିବା ଲାଗି ବୃତିଗତ ଧାବକ/ ଧାବିକା, ଫିଟ୍ନେସ୍ ପ୍ରେମୀ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସେଂଟ୍ରାଲ ଖେଳପଡ଼ିଆ ଓ ଭିଟି କେନ୍ଦ୍ର ପଡ଼ିଆରେ ସକାଳ ଓ ସନ୍ଧ୍ୟାରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି ।
ପ୍ରାତଃ ଭ୍ରମଣକାରୀମାନେ ମଧ୍ୟ ପଛରେ ନାହାନ୍ତି । ନିଜ ଫିଟନେସ ପ୍ରଦର୍ଶନ କରିବା ଲାଗି ସେମାନେ ଦୌଡ଼ରେ ନିଜକୁ ସାମିଲ କରିବାକୁ ପ୍ରସ୍ତୁତ ହେଉଛନ୍ତି ।
ଦୌଡ଼ ସମ୍ପର୍କିତ ହୋର୍ଡିଂ, ପୋଷ୍ଟର ଓ ବ୍ୟାନର ସହର ସାରା ଲଗାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ଏବେ ଏହି ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ଏହି ଦୌଡ଼ର ବିଷୟବସ୍ତୁ ହେଉଛି ‘ଏକ ସବୁଜ ଭବିଷ୍ୟତ ପାଇଁ ଦୌଡ଼’ ଏବଂ ଏହି ଦୌଡ଼ରେ ସାରା ଦେଶରୁ ଧାବକ/ ଧାବିକାମାନେ ଏକ ସୁସ୍ଥ ଏବଂ ସବୁଜ ଭବିଷ୍ୟତ ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।
ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିଲୋମିଟର ଓ ୭ କିଲୋମିଟର ଦୌଡ଼ (୧୫ ବର୍ଷ ରୁ ଅଧିକ), ବାଳକ ଓ ବାଳିକା (୧୬ ବର୍ଷରୁ କମ୍‌) ପାଇଁ ୫ କିଲୋମିଟର ଦୌଡ଼ ଏବଂ ଦିବ୍ୟାଙ୍ଗ/ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ୨ କିଲୋମିଟର ଦୌଡ଼ ଭଳି ତିନୋଟି ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ବିଭିନ୍ନ ବର୍ଗରେ ଜିତିବାକୁ ଥିବା ମୋଟ ପୁରସ୍କାର ରାଶି ହେଉଛି ୫ ଲକ୍ଷ ୬୭ ହଜାର ଟଙ୍କା ।
ପ୍ରକୃତି ପ୍ରତି ଟାଟା ଷ୍ଟିଲ ନିଜର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ପାଇଁ ଗୋଟିଏ ଲେଖାଏଁ ଚାରା ରୋପଣ କରିବ । ଯୋଡା ରୁନ-ଏ-ଥନ ପାଇଁ ପଞ୍ଜୀକରଣ ଖୋଲା ରହିଛି ଏବଂ ୧୯ ନଭେମ୍ବର ୨୦୨୩ରେ ବନ୍ଦ ହେବ ।
ଅନଲାଇନ ପଞ୍ଜୀକରଣ ପାଇଁ ପ୍ରତିଯୋଗୀମାନେ www.tatasteelruns.com ରେ ଲଗ୍ ଅନ୍ କରିପାରିବେ ଏବଂ ଅଫଲାଇନ ପଞ୍ଜୀକରଣ ମଧ୍ୟ ଯୋଡ଼ାସ୍ଥିତ ସେଂଟ୍ରାଲ ଖେଳ ପଡ଼ିଆରେ କରାଯାଇପାରିବ ଏବଂ ଏହି ଡେସ୍କ ୧୯ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଖୋଲା ରହିବ ।

Share

Leave a Reply

Your email address will not be published. Required fields are marked *

three × three =