କ୍ରୋମା ପକ୍ଷରୁ ଟିଭି, ରେଫ୍ରିଜରେଟର, ଏସି, ୱାସିଂ ମେସିନ, ମୋବାଇଲ୍ ଫୋନ୍‌, ଲାପ୍‌ଟପ୍ ଉପରେ ଶ୍ରେଷ୍ଠ ଡିଲ୍ ସହ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ଟାଟା ଗ୍ରୁପ୍ର ସଂସ୍ଥା କ୍ରୋମା ପକ୍ଷରୁ ସାଧାରଣତନ୍ତ୍ର ଦିବସ ସେଲ୍ ଘୋଷଣା କରାଯାଇଛି । ଏହା ୨୦୨୪ ଜାନୁଆରି ୨୦ରୁ ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଗ୍ରହକମାନେ ଇଲେକ୍ଟ୍ରୋନିକ୍ସ ଗାଡ୍‌ଜେଟ୍ ଓ ଉପକରଣ ପରେ ଆକର୍ଷଣୀୟ ରିହାତି ଓ ଡିଲ୍ ପାଇପାରିବେ ।
କ୍ରୋମା ଟିଭି, ଫ୍ରିଜ୍‌, ଏସି, ୱାସିଂ ମେସିନ୍‌, ମୋବାଇଲ୍ ଫୋନ୍‌, ଲାପଟପ୍‌, ଗିଜର, ମାଇକ୍ରୋଓଭେନ୍‌, ଏୟାର ଫ୍ରାୟର, ମିକ୍ସର ଗ୍ରାଇଣ୍ଡର ଏବଂ କ୍ରୋମା ବ୍ରାଣ୍ଡେଡ୍ ଉତ୍ପାଦ ଏବଂ ଆପଲ୍‌, ଫିଲିପ୍ସ, ଏଲଜି, ସାମସଙ୍ଗ, ଡାଇକିନ୍‌, ରେଡମି, ଫେବର, ଆଇଏଫବି ଆଦି ବ୍ରାଣ୍ଡ୍ ଉପରେ ଅନେକ ଆକର୍ଷଣୀୟ ଡିଲ୍ ଏବଂ ଅଫର ପ୍ରଦାନ କରୁଛି ।
ଗ୍ରାହକମାନେ ୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ଇଏମଆଇରେ ଜିନିଷ କିଣିପାରିବେ । ନିଜର ପୁରୁଣା ଇଲେକ୍ଟ୍ରୋନିକ୍ସ ଜିନିଷକୁ ବଦଳାଇ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ । କେତେକ ବ୍ୟାଙ୍କ ଅଫରରେ ଅତିରିକ୍ତ ୧୦% ରିହାତି ମିୁଛି । କ୍ରୋମା ବ୍ରାଣ୍ଡ୍‌ର ଉତ୍ପାଦ ଉପରେ ଗ୍ରାହକମାନେ ଫ୍ଲାଟ୍ ୧୦% ରିହାତି ପାଇବେ । କ୍ରୋମାର ୭.୫ କେଜି ଫ୍ରଂଟ୍ ଲୋଡ୍ ୱାସିଂ ମେସିନ୍‌ର ମାସିକ ୧୫୧୦ ଟଙ୍କା ଭଳି କମ୍ ଦାମ୍‌ରୁ ଆରମ୍ଭ ହୋଇଥିବା ବେଳେ ମାସିକ ୧୬୯୪ ଟଙ୍କାର ଇଏମଆଇ ଦେଇ ଗ୍ରାହକମାନେ ୫୦ ଇଚଂ ଗୁଗୁଲ ଟିଭି କିଣିପାରିବେ ।
ଆପଲର ଗ୍ରାହକମାନେ ମାସିକ ୧୯୫୪ ଟଙ୍କା ଦେଇ ଆଇଫୋନ୍ ୧୫ କିଣିପାରିବେ । ଆପଲ୍ ୱାଚ୍ ଏସ୍‌ଇ ୨୦୨୩ର ଦାମ୍ ୨୮୯୯୯ ଟଙ୍କାରୁ ଆରମ୍ଭ ହୋଇଛି । ୧୨୪୯୯ ଟଙ୍କାରେ ରେଡ୍‌ମି ୧୩ସି ୫ଜି ଫୋନ୍ ମିଳିବ ଏବଂ ପ୍ରତି ଲାପଟପ୍ କିଣା ଉପରେ ୯୯୯୦ ଟଙ୍କାର ଆସେସୋରିଜ୍ ମାଗଣାରେ ମିଳିବ ।
କ୍ରୋମାରୁ ଏଲ୍‌ଜି ଅଲ୍‌ଟ୍ରା ଏଚ୍‌ଡି ସ୍ମାର୍ଟ ଏଲ୍‌ଇଡି ଟିଭିକୁ ମାସିକ ୯୯୯ ଟଙ୍କା ଦେଇ କିଣିହେବ । ସେହିପରି ସାମସଙ୍ଗ ୱାସିଂ ମେସିନ, ରେଫ୍ରିଜରେଟର, ଡାଇକିନ୍‌ର ଇନଭର୍ଟର ହଟ୍ ଓ କୋଲ୍ଡ ଏସି ଉପରେ ମଧ୍ୟ ଆକର୍ଷଣୀୟ ଡିଲ୍ ରହିଛି । ସୁଲଭ ସାଉଣ୍ଡ୍‌ବାର୍‌କୁ ମାସିକ ୯୯୯ ଟଙ୍କ ଦେଇ କିଣିହେବ । ଆଇଏଫ୍‌ବିର ୩୨ ଲିଟର କନ୍‌ଭେନ୍‌ସନ୍ ମାଇକ୍ରୋ ଓଭେନ୍ ଦାମ୍ ୧୫୨୯୦ ଟଙ୍କା ଥିବା ବେଳେ ଇନଷ୍ଟାଂଟ୍ ଗିଜର ଦାମ୍ ୨୬୦୯ଟଙ୍କା, ଫିଲିପ୍ସ ଏୟାର ଫ୍ରାୟର ଦାମ୍ ୧୨୪୯୯ ଟଙ୍କା ଏବଂ ସ୍ମାର୍ଟ ଏମ୍‌ଜି ମିକ୍ସଚର ଗ୍ରାଇଣ୍ଡର ଦାମ୍ ୧୨୯୯୯ ଟଙ୍କା ରହିଛି ।
ଫେବର କୁକ୍‌ଟପ୍ ଦାମ୍ ୮୪୯୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଆକ୍ୱାଗାର୍ଡ ୱାଟର ପ୍ୟୁରିଫାୟର ଦାମ୍ ୧୮୯୯୦ ଟଙ୍କାରୁ ଆରମ୍ଭ ହୋଇଛି । କ୍ରୋମା ଏହାର ଗ୍ରାହକମାନଙ୍କୁ ଉଚ୍ଚ ଗୁଣାତ୍ମକ ଉତ୍ପାଦ ସୁଲଭ ମୂଲ୍ୟରେ ପ୍ରଦାନ କରିବାକୁ ପ୍ରତିବଦ୍ଧ ଥିବା ବେଳେ ଉପଯୁକ୍ତ ଡିଲ୍ ଜରିଆରେ ଏହି ଉତ୍ସବ ସେଲ୍‌ରେ ପ୍ରତିଟି ଗ୍ରାହକଙ୍କୁ ପାଇଁ କିଛି ନା କିଛି ଜିନିଷକୁ ସୁନିଶ୍ଚିତ କରିଛି ।
ଗ୍ରାହକମାନେ ନିକଟତମ କ୍ରୋମା ଷ୍ଟୋର୍‌ରେ ସାଧାରଣତନ୍ତ୍ର ଦିବସ ସେଲ୍‌ର ଲାଭ ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

three + three =