ଜନସନ ବେବି ଓଏଲ ସହିତ ପାଳନ କରନ୍ତୁ ଶିଶୁ ମସାଜ ଦିବସ: ଆପଣଙ୍କ ଛୋଟ ପିଲାଙ୍କ ଚର୍ମକୁ ପୁଷ୍ଟିକର କରିବାର ଉପଯୁକ୍ତ ପସନ୍ଦ

ଭୁବନେଶ୍ୱର : ଶିଶୁକୁ ମସାଜ୍ କରିବାର ଅନେକ ଲାଭ ଅଛି ଏବଂ ସେଥିପାଇଁ ଏହା ଭାରତୀୟ ପରମ୍ପରାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ମସାଜ ଶରୀରରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା, ଅଙ୍ଗକୁ ଅଧିକ ନମନୀୟ କରିବା, ଶିଶୁର ଓଜନରେ ଉନ୍ନତି ଆଣିବା ଏବଂ ଶିଶୁର କୋମଳ ଚର୍ମକୁ ପୋଷଣ କରିବାରେ ସାହାଯ୍ୟ କରେ । ମସାଜ ଶିଶୁକୁ ଆରାମ ଏବଂ ଶାନ୍ତି ଯୋଗାଇଥାଏ, ଶାରୀରିକ ଏବଂ ମାନସିକ ଚାପରୁ ମୁକ୍ତି ଦେଇଥାଏ ଏବଂ ତାଙ୍କୁ ବହୁତ ଭଲ ଶୋଇବାକୁ ସକ୍ଷମ କରିଥାଏ । ୮ ଏପ୍ରିଲରେ ଶିଶୁ ମସାଜ ଦିବସ ପାଳନ କରାଯାଇଥିଲା, ଆସନ୍ତୁ ଏହି ସୁଯୋଗ ନେଇ ଉପଯୁକ୍ତ ଶିଶୁ ମସାଜର ସ୍ୱାସ୍ଥ୍ୟ ଉପକାରିତା ଏବଂ ନବଜାତ ଶିଶୁର ସାମଗ୍ରିକ ବିକାଶରେ ମସାଜର ଭୂମିକାକୁ ଆଲୋଚନା କରିବା ।

ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ (ଆଇଏପି) ନବଜାତ ଶିଶୁ, ଶିଶୁ ଏବଂ ଛୋଟ ପିଲାମାନଙ୍କର ଗୁଣାତ୍ମକ ଚର୍ମର ଯତ୍ନ ପାଇଁ ମାନକ ନିର୍ଦ୍ଦେଶାବଳୀ ଜାରି କରିଛି । ସେମାନଙ୍କ ଅନୁଯାୟୀ, ତେଲ ଶରୀରର ଉତାପ ଏବଂ ପୁଷ୍ଟିକର ଉତ୍ସ ଭାବରେ କାର୍ଯ୍ୟ କରିଥାଏ ଏବଂ ଶିଶୁମାନଙ୍କର ଓଜନ ବୃଦ୍ଧିରେ ସାହାଯ୍ୟ କରିଥାଏ । ଯେଉଁ ଶିଶୁମାନଙ୍କୁ ତେଲ ସହିତ ମାଲିସ୍ କରାଯାଇଥିଲା, ସେମାନେ କମ୍ ଚାପଗ୍ରସ୍ତ ଥିବା ଦେଖିବାକୁ ମିଳିଥିଲା ଏବଂ ତେଲ ବିନା ମାଲିସ୍ ହୋଇଥିବା ଶିଶୁମାନଙ୍କ ତୁଳନାରେ କର୍ଟିସୋଲ୍ ସ୍ତର ମଧ୍ୟ କମ୍ ଥିଲା । ଶିଶୁ ମସାଜ ପାଇଁ ପ୍ରାକୃତିକ ଅଲିଭ୍ ତେଲ ଏବଂ ସୋରିଷ ତେଲ ବ୍ୟବହାର ନକରିବାକୁ ଆଇଏପି ମଧ୍ୟ ପରାମର୍ଶ ଦେଇଥାଏ କାରଣ ଏହା ଚର୍ମର ପ୍ରତିରକ୍ଷା ସ୍ତରକୁ ନଷ୍ଟ କରିପାରେ ।

ନୂତନ ମା’ମାନଙ୍କ ମଧ୍ୟରେ ଜନସନ ବେବି ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ ୫୯୬ ଜଣ ଉତରଦାତା ଏକମତ ହୋଇଥିଲେ ଯେ ହାଡର ବୃଦ୍ଧି, ରକ୍ତ ସଂଚାଳନ, ଭଲ ନିଦ ଏବଂ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇଁ ମସାଜ ଲାଭଦାୟକ ଅଟେ । ୮୫ ପ୍ରତିଶତ ମାଆ ନିଜ ଶିଶୁମାନଙ୍କୁ ଦିନକୁ ଅତି କମରେ ଥରେ ମାଲିସ କରିବା ସହିତ, ସେମାନଙ୍କର ଦୈନନ୍ଦିନ ଚର୍ମ ଯତ୍ନର ଏକ ଅତ୍ୟାବଶ୍ୟକ ଅଂଶ ହୋଇସାରିଛି । ୪୪ ପ୍ରତିଶତ ମା’ ନିଜ ଶିଶୁର ଦୌନିକ ମସାଜ ପାଇଁ ନଡିଆ ତେଲ ପରି ହାଲୁକା ତେଲକୁ ପସନ୍ଦ କରନ୍ତି । ୩୦ ପ୍ରତିଶତ ମାତା ଅଲିଭ୍ ତେଲ ଏବଂ ସୋରିଷ ତେଲ ପରି ଉଦ୍ଭିଦ ତେଲ ବ୍ୟବହାର କରନ୍ତି, ଯାହା ଅଧ୍ୟୟନ ଏବଂ ଅନୁସନ୍ଧାନ ଅନୁଯାୟୀ ଶିଶୁର ସୂକ୍ଷ୍ମ ଚର୍ମର ପ୍ରତିରକ୍ଷା ସ୍ତରକୁ କ୍ଷତି ପହଂଚାଇପାରେ । ୪୦% ମା’ କହିଛନ୍ତି ଯେ ସଠିକ୍ ମସାଜ୍ କୌଶଳ ବୁଝିବା ସେମାନଙ୍କ ପାଇଁ ସବୁଠାରୁ ବଡ କଷ୍ଟକର ବ୍ୟାପାର । ୭୩ ପ୍ରତିଶତ ମା’ ମାନେ ବିଶ୍ୱାସ କରନ୍ତି ଯେ ନବଜାତ ଶିଶୁମାନଙ୍କୁ ହାଲୁକା ହାତରେ ମାଲିସ୍ କରାଯିବା ଉଚିତ୍ ।

ଶିଶୁର ସୂକ୍ଷ୍ମ ଚର୍ମକୁ ପୋଷଣ କରିବା ପାଇଁ ଜନସନଙ୍କ ବେବି ତେଲ ହେଉଛି ଉପଯୁକ୍ତ ସାଥୀ । କେବଳ ଶିଶୁ ସୁରକ୍ଷିତ ଉପାଦାନରେ ନିର୍ମିତ, ଜନସନ ବେବି ଓଏଲ ଶୁଦ୍ଧ ଭିଟାମିନ୍ ଇ ସହିତ ସମୃଦ୍ଧ ଏବଂ ତେଣୁ ଦୈନିକ ମସାଜ୍ ଏବଂ ଶିଶୁର ସୂକ୍ଷ୍ମ ଚର୍ମର ପୁଷ୍ଟିକର ଖାଦ୍ୟ ପାଇଁ ଉପଯୁକ୍ତ । ଯେହେତୁ ଏହି ତେଲ ହାଲୁକା ଏବଂ ଅଠାଳିୟା ନୁହେଁ, ଏହା ଶିଶୁର ଚର୍ମର ପ୍ରତିରକ୍ଷା ସ୍ତରକୁ ସୁରକ୍ଷା ଦେଇଥାଏ, ପ୍ରଥମ ଦିନରୁ ଶିଶୁର ବିକାଶରେ ସାହାଯ୍ୟ କରିଥାଏ । ଏହାକୁ ତିଆରି କରିବା ପାଇଁ କେବଳ ଶୁଦ୍ଦ ଏବଂ ନିରାପଦ ଉପାଦାନଗୁଡିକ ବ୍ୟବହୃତ ହୋଇଛି, ଏଥିରେ ପାରାବେନ୍ସ, ରଙ୍ଗ ଏବଂ ଫଥାଲେଟ୍ ଭଳି କୌଣସି କ୍ଷତିକାରକ ରାସାୟନିକ ପଦାର୍ଥ ନାହିଁ।

ସଠିକ୍ ଶିଶୁ ମସାଜ୍ କୌଶଳ ବିଷୟରେ ସଚେତନତା ସୃଷ୍ଟି କରିବାକୁ, ଜନସନଙ୍କ ବେବି ଏକ ପ୍ରଭାବଶାଳୀ ଅଭିଯାନ ଆରମ୍ଭ କରିଛନ୍ତି – ବିଭିନ୍ନ ସୋସିଆଲ ମିଡିଆ ଚ୍ୟାନେଲ ଏବଂ ଡିଜିଟାଲ ମିଡିଆ ମସାଜ କୌଶଳ ବିଷୟରେ ନୂତନ ମା’ଙ୍କ ସହ ଜଡିତ ହେବା ପାଇଁ ଫାଷ୍ଟ-ମସାଜ-କି-ତୟାରି । ଏହି ଅଭିଯାନ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ୧୦୦୦ ରୁ ଅଧିକ ପୋଷ୍ଟ ସୃଷ୍ଟି କରିବା ସହିତ ୯,୦୦୦ ରୁ ଅଧିକ ପାରସ୍ପରିକ ସଂଳାପ ଏବଂ ଫେସବୁକ ମାଧ୍ୟମରେ ବିଭିନ୍ନ ସମ୍ପ୍ରଦାୟରେ ଯୋଗଦାନ ସୃଷ୍ଟି କରିଥିଲା ।

Share

Leave a Reply

Your email address will not be published. Required fields are marked *

5 × two =