ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ଉତ୍ସବ ପାଳନ ପାଇଁ “ସିୟାରାମ ସମ୍ଭାର” ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଜାନୁଆରି ୨୨ରେ ଅଯୋଧ୍ୟାରେ ଉଦ୍‌ଘାଟନ ହେବାକୁ ଥିବା ରାମ ମନ୍ଦିର ଉତ୍ସବକୁ ପାଳନ କରିବା ଲାଗି ସ୍ୱତନ୍ତ୍ର “ସିୟାରାମ ସମ୍ଭାର”କୁ ଉନ୍ମୋଚନ କରାଯାଇଛି । ଭଗବାନ ରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଶ୍ରଦ୍ଧାଞ୍ଜଳି ଜଣାଇବ ଏହି ସମ୍ଭାର ।
ସୁନ୍ଦର ପେଣ୍ଡେଂଟ୍‌କୁ ନେଇ ସମସାମୟିକ ଓ ସୁଚିନ୍ତିତ ଭାବେ ପ୍ରସ୍ତୁତ ସିୟାରାମ ସମ୍ଭାରରେ ରହିଛି ନେକଲେସ୍‌; ପେଣ୍ଡାଂଟ୍ ଓ ଇୟରରିଙ୍ଗ ଯାହା ରାମଙ୍କୁ ଆଦର୍ଶ ନେତୃତ୍ୱ, ସୀତାଙ୍କୁ ଆଦର୍ଶ ପତ୍ନୀ, ଲକ୍ଷ୍ମଣଙ୍କୁ ଆଦର୍ଶ ଭାଇ ଏବଂ ହନୁମାନଙ୍କୁ ଆଦର୍ଶ ଉପାସକ ଭାବରେ ଶ୍ରଦ୍ଧାଞ୍ଜଳି ଅର୍ପଣ ରାମ ଓ ସୀତାଙ୍କ ରାଜ୍ୟାଭିଷେକର ମୁହୂର୍ତକୁ ସ୍ମରଣ କରି ରାମ ମନ୍ଦିରର ଭବ୍ୟତାକୁ ଏହାର ଜଟିଳ ଡିଜାଇନରେ ସେମାନଙ୍କ ସମର୍ପିତ ସାଥୀ ହନୁମାନ ଓ ଲକ୍ଷ୍ମଣଙ୍କୁ ସାଙ୍ଗରେ ରଖାଯାଇଛି । ଏହି ଅଭିନବ ସଂଗ୍ରହର ଉଦ୍ଦେଶ୍ୟ ହେଉଛି ଏହି ଗୁରୁତ୍ୱପୂର୍ଣ୍ଣ ଅବସରକୁ ପାଳନ କରିବା ଏବଂ ଏହାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଥିବା ସମସ୍ତଙ୍କୁ ପ୍ରେମ, ଶାନ୍ତି ଏବଂ ଖୁସି ବିସ୍ତାର କରିବା ।
ଏହି ସମ୍ଭାରରେ ନାକାସୀ କାରିଗରୀ, ମୀନାକରୀ କାମ ଏବଂ ହୀରାକୁ ବ୍ୟବହାର କରି ଦକ୍ଷ କାରିଗରମାନେ ଗହଣାଗୁଡ଼ିକର ଡିଜାଇନ କରିଛନ୍ତି । ପ୍ରଭୁ ରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ମଧ୍ୟରେ ଦିବ୍ୟ ସମ୍ପର୍କକୁ ଏହା ମଜଭୁତ କରିବ । ଏହି ମନ୍ଦିର ଡିଜାଇନରେ ଆଂଟିକ୍ ପଲିସ୍ ମଧ୍ୟ ବ୍ୟବହାର କରାଯାଇଛି ।
ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଏମଡି ଓ ସିଇଓ ଶୁଭଙ୍କର ସେନ କହିଛନ୍ତି ଯେ, “ରାମ ମନ୍ଦିର ଉଦଘାଟନକୁ ନେଇ ସବୁଠି ଭକ୍ତିର ବାତାବରଣ ଦେଖିବାକୁ ମିଳୁଛି । ରାମ ମନ୍ଦିର, ରାମ ସୀତା ରାଜ୍ୟାଭିଷେକ ଏବଂ ଦଶ ଅବତାରର ମହିମାରୁ ପ୍ରେରଣା ନେଇ ଆମ ସିୟାରାମ ସମ୍ଭାରରେ ଉଦାହରଣମୂଳକ ନେତୃତ୍ୱ, ସାଥୀ ଓ ଭକ୍ତିର ସାରକୁ ବର୍ଣ୍ଣନା କରିଛି । ଆମର ବିସ୍ତୃତ ଅଳଙ୍କାରଗୁଡ଼ିକ ପାରମ୍ପରିକ କାରିଗରୀ ଏବଂ ପ୍ରତୀକବାଦର ଏକ ଅନନ୍ୟ ମିଶ୍ରଣକୁ ପ୍ରତିନିଧିତ୍ୱ କରୁଛି ଯାହା ରାମ ଏବଂ ସୀତାଙ୍କ ରୂପକ ବର୍ଣ୍ଣନା ମଧ୍ୟରେ ଗଭୀର ଅର୍ଥ ବହନ କରୁଛି । ଶାନ୍ତି, ପ୍ରେମ ଏବଂ ପୂର୍ଣ୍ଣତାର ଏହି ଭବ୍ୟ ପ୍ରତିଭୂତି ପ୍ରତି ଆମେ ସମର୍ପିତ ଏବଂ ଆଶାବାଦୀ ଯେ ଆମର ବିଶ୍ୱସ୍ତ ଗ୍ରାହକମାନେ ଏହି ସମ୍ଭାରକୁ ଉତ୍ସାହର ସହ ଗ୍ରହଣ କରିବେ ।”
ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ନିର୍ଦ୍ଦେଶିକା ତଥା ମାର୍କେଟିଂ ଆଣ୍ଡ ଡିଜାଇନ ମୁଖ୍ୟ ଶ୍ରୀମତୀ ଜୋଇତା ସେନ କହିଛନ୍ତି ଯେ, “ରାମ ମନ୍ଦିର ସମଗ୍ର ବିଶ୍ୱରେ ଶ୍ରଦ୍ଧାଳୁଙ୍କ ସମର୍ପଣ ପ୍ରଦର୍ଶନ ପାଇଁ ମାର୍ଗ ପ୍ରଶସ୍ତ କରୁଛି । ରାମ, ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ମଧ୍ୟରେ ପ୍ରେମ, ଶାନ୍ତି ଏବଂ ପୂର୍ଣ୍ଣତାର ବ୍ୟକ୍ତିତ୍ୱ ପାଇଁ ଆମର ସିୟାରାମ ସମ୍ଭାର ଏକ ଉତ୍କୃଷ୍ଟ ଶ୍ରଦ୍ଧାଞ୍ଜଳି ଅଟେ । ଏହି ସଂକଳନ କଳାତ୍ମକ ପ୍ରତିଭାକୁ ବର୍ଣ୍ଣନା କରୁଛି ଏବଂ ଆମ ଜୀବନକୁ ଆକାର ଦେଉଥିବା କାଳଜୟୀ ମୂଲ୍ୟବୋଧର ଏକ ମାର୍ମିକ ସ୍ମାରକୀ ଭାବରେ କାର୍ଯ୍ୟ କରିବ । ଆମେ ଏହାକୁ ଆମର ମୂଲ୍ୟବାନ ଗ୍ରାହକଙ୍କ ନିକଟରେ ପରିଚିତ କରାଇବା ପାଇଁ ବହୁତ ଉତ୍ସାହିତ ରହିଛୁ ।”

Share

Leave a Reply

Your email address will not be published. Required fields are marked *

2 × one =