Business

ବନ୍ଧନ ବ୍ୟାଙ୍କର ମୋଟ ବ୍ୟବସାୟ ୨.୫ ଲକ୍ଷ କୋଟି ଟଙ୍କା ଟପିଲା

ଭୁବନେଶ୍ୱର/ କୋଲକାତା: ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ (ଶେଷ) ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ବ୍ୟାଙ୍କର ମୋଟ ବ୍ୟବସାୟ ଏହି ସମୟରେ ୨୦ ପ୍ରତିଶତ ବୃଦ୍ଧି ପାଇ ୨.୬୦ ଲକ୍ଷ କୋଟି ଟଙ୍କା ହୋଇଛି । ମୋଟ ଜମାରେ ବ୍ୟାଙ୍କର ରିଟେଲ୍ ଭାଗ ଏବେ ପ୍ରାୟ ୭୦ ପ୍ରତିଶତ ରହିଛି । ବିତରଣରେ ସମ୍ପ୍ରସାରଣ, ବ୍ୟବସାୟରେ ଦକ୍ଷତା ଓ ଅନୁକୂଳ ପରିଚାଳନା ପରିବେଶକୁ ନେଇ ଏହି ତ୍ରୈମାସିକରେ ବ୍ୟାଙ୍କ ଉେଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି ।
ଚତୁର୍ଥ ତ୍ରୈମାସିକରେ ବ୍ୟାଙ୍କ ଦେଶରେ ୫୦ଟି ଶାଖା ଖୋଲିଛି । ବ୍ୟାଙ୍କ ଭାରତରେ ୬୩୦୦ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଜରିଆରେ ୩.୩୫ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବନ୍ଧନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ୭୬୦୦୦ରୁ ଅଧିକ ରହିଛି ।
୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୫% ବୃଦ୍ଧି ପାଇଛି । ମୋଟ ଜମା ଏବେ ୧.୩୫ ଲକ୍ଷ କୋଟି ଟଙ୍କା ରହିଛି ଏବଂ ମୋଟ ଅଗ୍ରୀମ ପରିମାଣ ୧.୨୫ ଲକ୍ଷ କୋଟି ଟଙ୍କା ହୋଇଛି । (କରେଂଟ୍‌) ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ମୋଟ ଜମାର ୩୭% ରହିଛି । ବ୍ୟାଙ୍କ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ୱଚ୍ଛତା ଅନୁପାତ (ସିଏଆର୍‌) ଦ୍ୱିତୀୟ ୧୮.୩% ରହିଛି ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି ।
ଫଳାଫଳ ସମ୍ପର୍କରେ ଚନ୍ଦ୍ର ଶେଖର ଘୋଷ, ଏମଡି ଓ ସିଇଓ, ବନ୍ଧନ ବ୍ୟାଙ୍କ କହିଛନ୍ତି ଯେ,“ଆମେ ବ୍ୟବସାୟରେ ହାସଲ କରିଥିବା ଅଭିବୃଦ୍ଧି ଧାରାର ପ୍ରମାଣ ହେଉଛି ବର୍ଷର ଚତୁର୍ଥ ତ୍ରୈମାସିକ ଫଳାଫଳ । ପ୍ରମୁଖ ମାନଦଣ୍ଡରେ ଆମେ ସ୍ଥିରତା ଓ ଅଭିବୃଦ୍ଧି ପ୍ରଦର୍ଶନ କରିଛୁ । ଏହି ତ୍ରୈମାସିକରେ ବ୍ୟାଙ୍କର ଏହାର ମଞ୍ଜ ନେତୃତ୍ୱକୁ ବଜାୟ ରଖିଛି । କର୍ମଚାରୀମାନଙ୍କ ଅତୁଟ ପ୍ରତିବଦ୍ଧତାରେ ବନ୍ଧନ ବ୍ୟାଙ୍କ ଗଠିତ ହୋଇଥିବା ବେଳେ ଗ୍ରାହକମାନଙ୍କ ବିଶ୍ୱାସ ପାଇଁ ଏହା ସଫଳତା ହାସଲ କରିିଛି । ଏହା ସହିତ ପ୍ରଯୁକ୍ତି, ଲୋକ ଓ ପ୍ରକ୍ରିୟା ଉପରେ ଗୁରୁତ୍ୱ ବନ୍ଧନ ବ୍ୟାଙ୍କ ୨.୦ର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବ ।”
ରିଟେଲ୍ ବୁକ୍‌ରେ ବୃଦ୍ଧି ଆଣିବାର ସ୍ପଷ୍ପ ଅଭିଳାଷ ରଖି ବ୍ୟାଙ୍କ ସଂପତି ବିବିଧକରଣ ଉପରେ ଗୁରୁତ୍ୱ ଜାରି ରଖିଛି । ଅଧିକ ଉତ୍ପାଦକତା ଓ ଦକ୍ଷତା ପାଇଁ ଡିଜିଟାଇଜେସନ୍ ଉପରେ ଗୁରୁତ୍ୱ ଦେବାକୁ ଚାହୁଛି । ଏହା ଦ୍ୱାରା ସାମଗ୍ରିକ ଗ୍ରାହକ ଅନୁଭୂତିରେ ଉନ୍ନତି ହେବ ।

Share

Leave a Reply

Your email address will not be published. Required fields are marked *

fifteen − 13 =