Business

ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଗ୍ରୋଥ୍ ସିଲ୍ଡ ପ୍ଲସ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଭାରତୀ ଆକ୍ସା ଗ୍ରୋଥ୍ ସିଲ୍ଡ ପ୍ଲସ୍‌ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଏକ ୟୁନିଟ୍ ଲିଙ୍କଡ୍ ବୀମା ଯୋଜନା ଯାହାକୁ ବଜାର ଲିଙ୍କ୍ ସହିତ ବାର୍ଷିକ ପ୍ରିମିୟମ୍‌ର ୧୦୦ ଗୁଣା ପର୍ଯ୍ୟନ୍ତ ବୀମା ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି । ଏହା ଗ୍ରାହକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ନିବେଶ ଲକ୍ଷ୍ୟ ଏବଂ ବଜାର ବିପଦ ଗ୍ରହଣ କରିବାର ଶକ୍ତି ଅନୁସାରେ ବିବିଧ ବିକଳ୍ପ ମଧ୍ୟରୁ ନିବେଶ ରଣନୀତି ଚୟନ କରିବାର ନମନୀୟତା ପ୍ରଦାନ କରୁଛି । ବଢ଼ୁଥିବା ଅଭିଳାଷ ଏବଂ ବ୍ୟକ୍ତିଗତ ଓ ବୃତିଗତ ଲକ୍ଷ୍ୟ ହାସଲ ପାଇଁ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ନିବେଶ ମାଧ୍ୟମରେ ଲୋକମାନଙ୍କୁ ସମ୍ପତି ହାସଲ କରିବାରେ ସହାୟକ ହେବ ।
ଭାରତୀ ଆକ୍ସା ଲାଇଫ୍ ଗ୍ରୋଥ୍ ସିଲ୍ଡ ପ୍ଲସ୍ ମଧ୍ୟ ଅନ୍ୟାନ୍ୟ ସୁବିଧା ପ୍ରଦାନ କରୁଛି ଯେପରିକି ଚାର୍ଜ ଫେରସ୍ତ ଏବଂ ପାଣ୍ଠି ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ଲୟାଲ୍‌ଟି ଲାଭ । ଏହି ପ୍ଲାନ ଚୟନ କରିଥିବା ବ୍ୟକ୍ତିଙ୍କୁ ପ୍ରିମିୟମ ଆବଂଟନ ଚାର୍ଜର ଦୁଇ ଗୁଣ ଏବଂ ମୋର୍ଟାଲିଟି ଚାର୍ଜର ତିନି ଗୁଣ ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିବ । ଏହାବ୍ୟତୀତ ଗ୍ରାହକମାନେ ଆୟକର ଆଇନ ୧୯୬୧ ଅଧୀନରେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପ୍ରଦାନ କରାଯାଇଥିବା ପ୍ରିମିୟମ ଉପରେ ଟିକସ ସୁବିଧା ମଧ୍ୟ ପାଇପାରିବେ । ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିବା ଗ୍ରାହକଙ୍କ ପାଇଁ ଏହି ଉତ୍ପାଦ ଉପଲବ୍ଧ ।
ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସର ମୁଖ୍ୟ ବିତରଣ ଅଧିକାରୀ ମୁରଲୀ ଜାଲାନ କହିଛନ୍ତ ଯେ, “ଭାରତୀ ଆକ୍ସା ଲାଇଫ୍ ଗ୍ରୋଥ୍ ସିଲ୍ଡ ପ୍ଲସ୍ ଶୁଭାରମ୍ଭ କରି ଆମେ ଆନନ୍ଦିତ । ଏହି ପ୍ଲାନ୍ ହେଉଛି ଆମର ଏକ ଅନନ୍ୟ ପ୍ରସ୍ତାବ ଯାହା ଗ୍ରାହକମାନଙ୍କୁ ଟର୍ମ ପ୍ଲାନ୍ ଏବଂ ୟୁଲିପିର ମିଳିତ ଲାଭ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ନୂତନ ଉତ୍ପାଦ ଆରମ୍ଭ କରିବା ପଛରେ ଆମର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସେମାନଙ୍କ ପରିବାର ପାଇଁ ଆର୍ôଥକ ନିରାପତା ସୃଷ୍ଟି କରିବାରେ ସକ୍ଷମ କରିବା ଏବଂ ସେମାନଙ୍କୁ ଦୀର୍ଘକାଳୀନ ଭାବେ ସମ୍ପତିି ବୃଦ୍ଧି କରିବାକୁ ସଶକ୍ତ କରିବା । ଗ୍ରାହକଙ୍କୁ ୟୁଲିପ୍ ଏବଂ ଟର୍ମ ପ୍ଲାନ୍ ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ ନାହିଁ, କାରଣ ଏହି ଉତ୍ପାଦ ଉଭୟ ସୁବିଧା ପ୍ରଦାନ କରୁଛି ।”
ଭାରତୀ ଆକ୍ସା ଲାଇଫର ଏହି ନୂଆ ଯୋଜନାରେ “ଉଭୟ ଦୁନିଆର ଶ୍ରେଷ୍ଠ” ଚିନ୍ତାଧାରା ରହିଛି ଯେଉଁଥିରେ ଗୋଟିଏରେ ନିବେଶ କରିବା ଏବଂ ଦୁଇଟିର ଲାଭ ପାଇବାର ଧାରଣା ରହିଛି ।

Share

Leave a Reply

Your email address will not be published. Required fields are marked *

4 × four =