ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ସହାୟତା

ଭୁବନେଶ୍ବର () ଆଜିଠାରୁ କାଳିଆ ଯୋଜନାରେ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 12 ଲକ୍ଷ 45ହଜାର 490 ଜଣ ଚାଷୀଙ୍କୁ ମିଳିଛି 5000 ଟଙ୍କା ଲେଖାଏଁ ସହାୟତା । ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର ହୋଇଛି । ପ୍ରଥମ ପର୍ଯ୍ୟାୟରେ କାଳିଆ ସହାୟତା ପାଇଥିବା ଚାଷୀଙ୍କୁ ସେମାନଙ୍କ ମୋବାଇଲ ନମ୍ବରରେ ଏସଏମଏସ  କରି ଜଣେଇ ଦିଆଯାଇଛି । ଏବାବଦରେ ମୋଟ 622 କୋଟି 74 ଲକ୍ଷ 50 ହଜାର ଟଙ୍କା ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × three =