କେମିତି ନୂଆ ବର୍ଷ ପାଳୁଛନ୍ତି ବିରୁଷ୍କା ଜାଣନ୍ତୁ …

ଏବେ ବିରୁସ୍କା ମାନେ ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ କୁଇନ୍‌ ଅନୁଷ୍କା ଶର୍ମା ସିଡନୀରେ ନୂଆ ବର୍ଷ ପାଳୁଛନ୍ତି । ମେଲବର୍ଣ୍ଣରେ ଭାରତୀୟ ଦଳ ତୃତୀୟ ଟେଷ୍ଟ ଜିତିବା ପରେ ସିଡନୀରେ ଚତୁର୍ଥ ତଥା ଶେଷ ଟେଷ୍ଟ ଖେଳିବାକୁ ପହଞ୍ଚି ସାରିଛି । ସେଠାରେ ବିରାଟଙ୍କ ପତ୍ନୀ ଅନୁଷ୍କା ମଧ୍ୟ ପହଞ୍ଚିଛନ୍ତି । ଏହି ସେଲିବ୍ରିଟି ଦମ୍ପତି ଆଜି ସିଡନୀରେ ବିଭିନ୍ନ ସ୍ଥାନ ବୁଲାବୁଲି କରିବା ସହିତ ଫଟୋ ଉଠାଇ ଇନଷ୍ଟାଗ୍ରାମ୍‌ରେ ଛାଡ଼ିଛନ୍ତି । ସେଥିରେ ନିଜ ପରିବାର ଓ ବନ୍ଧୁବର୍ଗଙ୍କୁ ନୂଆ ବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ବିବାହ ପରେ ଏହା ହେଉଛି ବିରୁଷ୍କାଙ୍କ ପ୍ରଥମ ନୂଆ ବର୍ଷ । ସବୁଠାରୁ ବଡ଼ କଥା ହେଉଛି ଏହି ଦୁଇ ସେଲିବ୍ରିଟି ଦମ୍ପତି ନିଜର ପେସା ସହ ପାରିବାରିକ ଜୀବନକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ଚାଲିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven + two =