ଫାଇନାଲରେ ମାଷ୍ଟର ବ୍ଲାଷ୍ଟର

ଭୁବନେଶ୍ବର () ବିଶ୍ବକପ ହକି ଫାଇନାଲ ମ୍ୟାଚରେ ଯୋଗ ଦେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଆସନ୍ତାକାଲି ସେ ଫାଇନାଲ ମ୍ୟାଚ ଦେଖିବାକୁ କଳିଙ୍ଗ ଷ୍ଟାଡିୟମ ଆସିବେ । ଏଥିସହିତ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେବେ । ସଚିନ ଟ୍ବିଟ କରି ଏହା ଜଣାଇଥିବା ବେଳେ ବିଶ୍ବକପ ହକି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ଏହି ବିଶ୍ବସ୍ତରୀୟ କ୍ରିଡା ପାଇଁ କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ବିଶ୍ବସ୍ତରୀୟ ଆୟୋଜନ ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଏଭଳି କ୍ରିଡାର ଆୟୋଜନାର ପାଇଁ ରାଜ୍ୟ ସରକାରଙ୍କୁ ସବୁ ସ୍ତରରୁ ପ୍ରଶଂସା ମିଳୁଛି ।

Share

Leave a Reply

Your email address will not be published. Required fields are marked *

2 × 4 =