କାଲିଠାରୁ ବର୍ଷିବ

ଆନ୍ଧ୍ରପ୍ରଦେଶ ଆଡକୁ ମାଡି ଆସୁଛି ବାତ୍ୟା ପେଥାଇ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଆସନ୍ତା ୧୨ ଘଂଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବ । ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ଏବଂ କାକିନାଡା ମଧ୍ୟରେ ୧୭ ତାରିଖ ଅପରାହ୍ନଣରେ ସ୍ଥଳଭାଗକୁ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୫ରୁ ୧୭ ତାରିଖ ଯାଏଁ ବଙ୍ଗୋପସାଗର ଉପକୂଳ ଅଶାନ୍ତ ରହିବ ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୬ଟି ଜିଲ୍ଲା ପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ୧୭ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି । ଶନିବାର ଠାରୁ ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ସମ୍ଭାବ୍ୟ ବର୍ଷା ଦ୍ୱାରା ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଥିବାରୁ ଚାଷୀଙ୍କୁ ସତର୍କ କରାଯାଇଛି । ଧାନ ଅମଳ ସମୟରେ ଚାଷୀଙ୍କ ଚିନ୍ତା ବଢାଇ ପାରେ ଅଦିନିଆ ଲଘୁଚାପ ବର୍ଷା । ତେବେ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

three × one =