ବନ୍ଧାହେଲେ ଲୁଟେରା

ଭଦ୍ରକ: ହାଇୱେରୁ ଲୁଟୁଥିବା ୩ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମିଲିଥିବା ସୂଚନା ଅନୁଯାୟୀ, ଚଳନ୍ତା ଟ୍ରକରୁ ଡ୍ରାଇଭରମାନଙ୍କ ନିକଟରୁ ଟଙ୍କା ଓ ମୋବାଇଲ ଲୁଟ କରୁଥିଲେ ଏହି ଲୁଟେରା । ଜାତୀୟ ରାଜପଥ ନଳାଙ୍ଗ ନିକଟରୁ ଏମାନେ ଚଳନ୍ତା ଟ୍ରକରୁ ଡ୍ରାଇଭରଙ୍କୁ ଧମକ ଚମକ ଦେଇ ଦଶ ହଜାର ଟଙ୍କା ସହ ମୋବାଇଲ ଫୋନ ଲୁଟି ନେଇଥିଲେ ।ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା । ଗ୍ରାମାଞ୍ଚଳ ପୋଲିସ ଚଢ଼ାଉ କରି ତିନି ଜଣ ଲୁଟେରାଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ମୋବାଇଲ ଫୋନ ସହ ଚାରି ହଜାର ଟଙ୍କା ଜବତ କରାଯାଇଛି । ଏନେଇ ପୋଲିସ୍ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

20 − six =