ଦୁଇଦିନ ଟୁଇନସିଟିରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଟ୍ୱିନ ସିଟିର କିଛି ଅଂଚଳରେ ୭ରୁ ୧୧ ସେମି ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଦୁଇ ଦିନ ଧରି ଆକାଶ ମେଘାଚ୍ଛନ୍ନ ସହ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ତଳିଆ ଅଂଚଳ ଓ ଅଣ୍ଡରପାସ୍ ରୋଡରେ ପାଣି ଜମିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଉପକୂଳରୁ ପଶ୍ଚିମ ଓଡ଼ିଶା ପର‌୍ୟ୍ୟନ୍ତ, ସବୁଠି ବର୍ଷାର ପ୍ରକୋପ ଦେଖାଦେବ। ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ।

Share

Leave a Reply

Your email address will not be published. Required fields are marked *

thirteen − eleven =