ଧୋନୀଙ୍କ ଟ୍ୱିଟରରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଯାହାଙ୍କ ଟ୍ଵିଟରରୁ ହଟିଛି ବ୍ଲୁ ଟିକ୍ । ମାହିଙ୍କ ଟ୍ଵିଟରରେ ପାଖାପାଖି ୮.୨ ମିଲିୟନ ଫଲୋର୍ସ ଅଛନ୍ତି। ମାହି ଟ୍ଵିଟରରେ ସେତେଟା ସକ୍ରିୟ ନଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ସର୍ବଦା ତାଙ୍କ ନାମ ଚର୍ଚ୍ଚାରେ ଥାଏ। ଭାରତୀୟ ଦଳର ଏହି ଦିଗ୍ଜ ଖେଳାଳି ଶେଷ ଥର ଜାନୁଆରୀ ୮ରେ ଟ୍ଵିଟ୍ କରିଥିଲେ। ମାହି ଟ୍ଵିଟରରେ କମ ସକ୍ରିୟ ରହୁଥିବାରୁ ବ୍ଲୁ ଟିକ୍ ହଟିଥିବା କୁହାଯାଉଛି। କ୍ରିକେଟ୍ ଦୁନିଆରୁ ଅବସର ନେଇସାରିଥିଲେ ସୁଦ୍ଧା ଧୋନୀ ଚର୍ଚ୍ଚାରେ ରହି ଆସିଛନ୍ତି। ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଲାପରେ ସେ ଇନଷ୍ଟାଗ୍ରାମରେ ନିଜର ଅବସର ପୋଷ୍ଟ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦର ଜବାବ ଧୋନୀ ଅଗଷ୍ଟ ୨୦ରେ ଟ୍ଵିଟ୍ ଜରିଆରେ ଦେଇଥିଲେ। ଏହା ପରେ ସେପ୍ଟେମ୍ବରରେ ଭାରତୀୟ ବାୟୁସେନାକୁ ନେଇ ସେ ଟ୍ଵିଟ୍ କରିଥିଲେ। ଜାନୁଆରୀ ୮ରେ କରିଥିବା ଶେଷ ଟ୍ଵିଟ୍ ଧୋନୀଙ୍କ ଅର୍ଗାନିକ ଫାର୍ମିଂକୁ ନେଇ ଉଦ୍ଦିଷ୍ଟ ଥିଲା।

Share

Leave a Reply

Your email address will not be published. Required fields are marked *

18 − 5 =