ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଦଇତାପତିଙ୍କ ଗୁପ୍ତ ସେବାରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ପାଇଛନ୍ତି ଶ୍ରୀଜିଉ । ଗତକାଲି ଶ୍ରୀଜିଉଙ୍କ ନେତ୍ରଉତ୍ସବ ଓ ନବଯୌବନ ଦର୍ଶନ ନୀତି ସମ୍ପନ୍ନ ହୋଇଛି । ଏବେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । କିନ୍ତୁ କରୋନା କଟକଣା ପାଇଁ ବିନା ଭକ୍ତରେ ନବଯୌବନ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ସେହିପରି ଆସନ୍ତାକାଲି ଅର୍ଥାତ ୧୧ ତାରିଖରେ ତିନି ରଥରେ ଆଜ୍ଞାମାଳା ବିଜେ କରାଯିବ । ଏହାପରେ ୧୨ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।

ଅଣସର ତାଟି ଫିଟିବା ପରେ କେବଳ ସେବାୟତମାନେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ଶେଷ କରି ନବଯୌବନ ଦର୍ଶନ କରିଛନ୍ତି । କିନ୍ତୁ ସାଧାରଣ ଭକ୍ତଟି ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛି । ଭକ୍ତଙ୍କୁ ନପାଇ ମଳିନ ପଡିଯାଇଛି ଶ୍ରୀଜିଉଙ୍କ ଶ୍ରୀମୁଖ ।

Share

Leave a Reply

Your email address will not be published. Required fields are marked *

three × 3 =