ଯୁକ୍ତ ୨ ମୂଲ୍ୟାୟନ ଲାଗି ଆଜି ବସିବ ଅନ୍ତିମ ବୈଠକ

ଭୁବନେଶ୍ୱର: ଉଐଝଋ ଦ୍ଵାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନ ପାଇଁ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ପୂର୍ବରୁ କମିଟି ପକ୍ଷରୁ ବହୁବାର ମୂଲ୍ୟାୟନକୁ ନେଇ ବୈଠକ ବସିଥିବାବେଳେ ନିଷ୍କରସ ବାହାରି ପାରିନାହିଁ। ଆଜି ମୂଲ୍ୟାୟନ ସମ୍ବନ୍ଧରେ କମିଟିର ଅନ୍ତିମ ପର‌୍ୟ୍ୟାୟ ବୈଠକ ବସିବ। ବୈଠକରେ ମୂଲ୍ୟାୟନ ସମ୍ବନ୍ଧରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ବନ୍ଦ ଲଫାପାରେ ନିଷ୍ପତ୍ତି ସଂକ୍ରାନ୍ତୀୟ ରିପୋର୍ଟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଦିଆଯିବ। କମିଟିର ପ୍ରସ୍ତାବକୁ ନେଇ ସରକାରୀ ସ୍ତରରେ ବିଚାର ବିମର୍ଷ କରାଯିବା ପରେ ମୂଲ୍ୟାୟନ ସମ୍ବନ୍ଧରେ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯିବ। ମୁଖ୍ୟତଃ ଦଶମ ଶ୍ରେମୀ ବାର୍ଷିକ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ଦୁଇ ପାଠ୍ୟକ୍ରମର ମୂଲ୍ୟାୟନ କରାଯିବ। ଯୁକ୍ତ ଦୁଇ ମୂଲ୍ୟାୟନକୁ ନେଇ ପରିଷଦ ପକ୍ଷରୁ ୧୪ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

twenty − eight =