ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କଲା ପଡୋଶୀ

ନୋଏଡ଼ା: କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟିଯାଏ ନର ରାକ୍ଷସ । ଦେହ ସୁଖ ଆଗରେ ସବୁକିଛି ତୁଚ୍ଛ । ସ୍ୱାମୀଙ୍କ ଅନୁପସ୍ଥିତିରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଛି ପଡୋଶୀ । ନୋଏଡ଼ାର ଭଙ୍ଗେଲ ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି । ଗିରଫ ଅଭିଯୁକ୍ତ ହେଲା ରିଙ୍କୁ ।

ମହିଳାଙ୍କୁ ଦୀର୍ଘଦିନ ହେବ ଖରାପ ନଜରରେ ଦେଖୁଥିଲା ରିଙ୍କୁ । ତେବେ ମହିଳାଙ୍କ ସ୍ୱାମୀ ପାଖରେ ନଥିବାର ସୁଯୋଗ ନେଇ ଛାତ ଉପର ଦେଇ ଡେଇଁ ତାଙ୍କ ଘରେ ପଶିଯାଇଥିଲା । ଆଉ ବିଭିନ୍ନ ଧମକ ଚମକ ଦେଇ କରିଥିଲା ଦୁଷ୍କର୍ମ । ସେପଟେ ଏବାବଦରେ କାହା ଆଗରେ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ଅଭିଯୁକ୍ତ । ଶେଷରେ ସ୍ୱାମୀଙ୍କ ଆଗରେ ସବୁ କଥା କହିବା ପରେ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × five =