ବାରିପଦାରେ କେନ୍ଦ୍ରୀୟ ଟିମ୍‌

ବାରିପଦା: ବାରିପଦାରେ ଆଜି ବାତ୍ୟା କ୍ଷୟକ୍ଷତିର ଆକଳନ ଏବଂ ସମୀକ୍ଷା କରିଛନ୍ତି ସେଣ୍ଟ୍ରାଲ ଟିମ୍ ସଦସ୍ୟ । ବାରିପଦାରେ ଚାରି ଜଣିଆ ଟିମ୍ ସଦସ୍ୟ ପହଞ୍ଚି ସରକିଟ ହାଉସ୍ରେ ମୟୁରଭଞ୍ଜ ଜିଲ୍ଲାପାଳ ,ଏସପି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଏହା ପରେ ଏହି ସଦସ୍ୟ ମାନେ ମୟୁରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ବ୍ଲକ ଯାଇ କୁଆମରା , ଚୁଳିଆପୋଷି, ଖିଲାଡ଼ି ଆଦି ଗାଁକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି ।
ପ୍ରଥମେ ଗୋପବନ୍ଧୁ ନଗର ବ୍ଲକ କୁଆମରା ଅଂଚଳକୁ ଟିମ ଯିବ । ଏହା ପରେ କୁଆମରା ପୁଲିସ ଆଉଟ ପୋଷ୍ଟ ବୁଲିବାପରେ ଖୁଣ୍ଟା ବ୍ଲକର ବିଶିପୁର ଅଂଚଳକୁ ପରିଦର୍ଶନ କରିବେ ।

ପରେ ଖୁଣ୍ଟା ବ୍ଲକ ବିଶିପୁର ଗ୍ରାମ ପଂଚାୟତ ୟୁପି ସ୍କୁଲ ବିଲ୍ଡିଂକୁ ଅନୁଧ୍ୟାନ କରିବେ । ତା ପରେ ଉଦଳା ବ୍ଲକ ଯାଇ ସେଠାରେ ୟାସରେ କ୍ଷତି ଘଟିଥିବା ସମ୍ପର୍କରେ ଆଲୋଚନା କରିବା ସହ ଉଦଳା ବ୍ଲକ ଦୁତିକାଦେଇପୁର ଅଂଚଳରେ ନଷ୍ଟ ହୋଇଥିବା ଘର ଦେଖିବେ।
ଏହା ପରେ ଉଦଳାରୁ ବାରିପଦା ଯିବେ ଓ ବାରିପଦାରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାପରେ ବାରିପଦା ଛଉ ପଡିଆରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

19 + seven =