ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ରାଜଧାନୀରେ ହାଣିଦେଲେ

ଭୁବନେଶ୍ୱର: ରାଜଧାନୀରେ ରାଜରାସ୍ତାରେ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଯୁବକଙ୍କୁ କରାଯାଇଛି ହତ୍ୟା ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ବୁଦ୍ଧନଗର କଦଳୀ ଗୋଦାମ ବସ୍ତିରେ ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକଙ୍କ ନାଁ କାର୍ତ୍ତିକ ସାହୁ ବୋଲି ଜଣାଯାଇଛି । ଘରୁ ଡାକି ଆଣି ଗୋଡାଇ ଗୋଡାଇ ହାଣିଛନ୍ତି ଦୁବୃର୍ତ୍ତ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।

କମିଶନରେଟ୍ ପୋଲିସ ଅଧିନରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ଚୋରୀ ତସ୍କରୀ ସାଙ୍ଗକୁ ହତ୍ୟା କରାଯାଉଛି । କଡ଼ା ସୁରକ୍ଷା ବଳୟରେ ରହିଥିବା ସ୍କାର୍ଟସିଟିରେ ଏଭଳି ଘଟଣା କିଛି ନୂଆ ନୁହେଁ । କିଛିଦିନ ତଳେ ସିଆରପି ଛକରେ ମଧ୍ୟ ଜଣଙ୍କୁ ଗାଡ଼ି ଭିତରେ ମର୍ଡର କରାଯାଇଥିଲା । ଏବଂ ଆଉ କିଛିଦିନ ପୂର୍ବରୁ ଜଣେ ମିଠା ଦୋକାନୀଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା । ତେବେ କମିଶନରେଟ ପୋଲିସ ଅଞ୍ଚଳରେ ଏଭଳି ବାରମ୍ବାର ଘଟୁଥିବା ଘଟଣାକୁ ନେଇ ପୋଲିସ ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି ଜନସାଧାରଣ ।

Share

Leave a Reply

Your email address will not be published. Required fields are marked *

11 + 10 =