ନିଲମ୍ୱିତ ହେଲେ କଳ୍ପତରୁ ଓଝା

ଭୁବନେଶ୍ୱର() ଦଳରୁ ନିଲମ୍ୱିତ ହେଲେ କଳ୍ପତରୁ ଓଝା । ଦଳରୁ ନିଲମ୍ୱିତ କଲେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ୱିତ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । କଳ୍ପତରୁ ଗତ କିଛି ଦିନ ତଳେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ ।

ଅପରପକ୍ଷରେ କଳ୍ପତରୁଙ୍କ ନିଲମ୍ୱନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ଦଳ ବିରୋଧୀ କାର୍ୟ୍ୟ ପାଇଁ ଦଳରୁ ତାଙ୍କୁ ବହିଷ୍କାର କରିବାକୁ ଗତକାଲି ଠାରୁ ସୁପାରିସ କରାଯାଇଥିଲା । ଦଳ ବିରୋଧୀ କାର୍ୟ୍ୟ କରିଥିବାରୁ ଆଜି ଦଳର ସଭାପତି ନବୀନ ପଟ୍ଟନାୟକ କଳ୍ପତରୁଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଏହା ଦ୍ୱାରା ଦଳ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ଦଳ ବିରୋଧୀ କାର୍ୟ୍ୟ ଏବଂ ବିଶୄଙ୍ଖଳିତ ଆଚରଣକୁ ଦଳ କେବେ ବରଦାସ୍ତ କରବ ନାହିଁ ।

Share

Leave a Reply

Your email address will not be published. Required fields are marked *

19 + 15 =